ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ନେଇ ଜାନୁଆରି ୨୮ ତାରିଖରେ ରବୀନ୍ଦ୍ର ମଣ୍ଡପରେ ପ୍ରଥମ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ସମ୍ମିଳନୀ ଅନୁଷ୍ଠିତ ହେବ। ଆମେରିକାର ଡ. ଦାଶ ଫାଉଣ୍ଡେସନ, ଶ୍ରୀଜଗନ୍ନାଥ ସୋସାଇଟି ଅଫ୍ ଆମେରିକାଜ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଆଜି ଜୟଦେବ ଭବନଠାରେ ଏନେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟଶାସନ ସଚିବ ଡ. ସୁବାସ ପାଣି କହିଛନ୍ତି, ଏହି ସମ୍ମିଳନୀ ପୂର୍ବାହ୍ନ ୧୦ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜଗନ୍ନାଥଙ୍କ ରୀତି ନୀତି, ପୂଜାପଦ୍ଧତି ସମ୍ପର୍କରେ ଦିବସବ୍ୟାପୀ ଆଲୋଚନା ଅନୁଷ୍ଠିତ ହେବ। ଏଥିରେ ଶ୍ରୀମନ୍ଦିରର ସେବାୟତ ତଥା ଗବେଷକଗଣ ଅଂଶଗ୍ରହଣ କରିବେ।ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଶିତିକଣ୍ଠ ଦାସ କହିଛନ୍ତି, ଏହି ସମ୍ମିଳନୀରେ ସ୍କନ୍ଦ ପୁରାଣ ସମେତ ଶ୍ରଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକର ଇଂରାଜୀ ଅନୁବାଦ ପୁସ୍ତକ ଲୋକାର୍ପିତ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମ୍ମିଳନୀର ଉଦ୍ଘାଟନ କରିବେ। ଉଦ୍ଯାପନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯୋଗ ଦେବେ। ଜୀବନବ୍ୟାପୀ ସାଧନା ନିମନ୍ତେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବକୁ ସଫଳ କରିବା ପାଇଁ ଶ୍ରୀଜଗନ୍ନାଥ ମହୋତ୍ସବ କମିଟିର ଆବାହକ ଗୋପୀନାଥ ମହାନ୍ତି ଅନୁରୋଧ କରିଛନ୍ତି।
୨୮ରେ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ସମ୍ମିଳନୀ
ସାମିଲ ହେବେ ଦେଶ ବିଦେଶର ଜଗନ୍ନାଥ ମନ୍ଦିରର ପ୍ରତିନିଧି
/sambad/media/post_attachments/wp-content/uploads/2018/01/jaga-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)