ଭୁବନେଶ୍ବର: ‘ସମ୍ବାଦ ଡିଜିଟାଲ’ ଓ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ମିଳିତ ଉଦ୍ୟମରେ ଚାଲିଥିବା ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ ପକ୍ଷରୁ ଆନ୍ତଃସ୍କୁଲ କୁଇଜ୍ ପ୍ରତିଯୋଗିତା ଆସନ୍ତା ୪ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବ। ଇନ୍ଫୋସିଟି ନିକଟ ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ପରିସରରେ ସକାଳ ୮ଟାରୁ ହେବାକୁ ଥିବା ଏହି ପ୍ରତିଯୋଗିତାର ଶୀର୍ଷକ ରହିଛି ‘ୱାନ୍ ଆର୍ଥ ଇଣ୍ଟର ସ୍କୁଲ୍ କୁଇଜ୍ କମ୍ପିଟିସନ୍’।
ପ୍ରତିଯୋଗିତାରେ କେବଳ କଟକ ଏବଂ ଭୁବନେଶ୍ୱରର ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଜଣିଆ ଯୋଡ଼ିରେ ଅଂଶଗ୍ରହଣ କରିପାରିବେ। ବିଜେତାମାନଙ୍କୁ ନଗଦ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେହିପରି ପ୍ରଥମ ରନର୍ସ-ଅପ୍ ଏବଂ ଦ୍ୱିତୀୟ ରନର୍ସ-ଅପ୍ଙ୍କୁ ଯଥାକ୍ରମେ ନଗଦ ୩ ହଜାର ଏବଂ ୨ହଜାର ଟଙ୍କା ଦିଆଯିବ। ଏଥିରେ ଅଂଶଗ୍ରହଣ କରିବାକୁ quiz.sambadenglish.com ୱେବ୍ସାଇଟକୁ ଯାଇ ନାମ ପଞ୍ଜୀକରଣ କରିବାକୁ ହେବ। ଏ ବାବଦରେ ଅଧିକ ଜାଣିବା ପାଇଁ ଦେବଦତ୍ତ ଦାସଙ୍କୁ ମୋ: ୭୬୮୨୯୯୨୨୫୯ ଏବଂ ପ୍ରସମିତ କାନୁନଗୋଙ୍କୁ ମୋ: ୬୩୭୧୩୬୮୫୪୫ରେ ଯୋଗଯୋଗ କରିପାରିବେ। ଅଂଶଗ୍ରହଣକାରୀମାନଙ୍କୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ବିଭିନ୍ନ ମକ୍-ପେପର୍ ‘ସମ୍ବାଦ’ ଇଂରାଜୀ ୱେବ୍ସାଇଟରେ (sambadenglish.com) ଅପଲୋଡ୍ କରାଯିବ। ପ୍ରତିଯୋଗୀମାନେ ଏହି ୱେବସାଇଟ୍କୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ କରାଯାଇଛି।