ଭୁବନେଶ୍ବର : ଜାତୀୟ ରାଜପଥରେ ରଙ୍ଗରୁଟ୍ରେ ଗଲେ କିମ୍ବା ନିର୍ଧାରିତଠାରୁ ଗାଡ଼ିର ବେଗ ଟିକିଏ ଅଧିକ ବଢ଼ିଗଲେ, କୋସେ ଦୂରରେ ଥିବା ଇଣ୍ଟରସେପ୍ଟର୍ କ୍ୟାମେରା ଧରି ପକାଏ। ଗାଡ଼ି ଚାଳକଙ୍କ ମୋବାଇଲ୍କୁ ସାଙ୍ଗେ ସାଙ୍ଗେ ଚାଲାଣ ମେସେଜ୍ ଚାଲି ଆସେ। କିନ୍ତୁ ଜରିମାନା କାଟୁଥିବା ଏହି ଗାଡ଼ି ଯଦି ଦ୍ରୁତ ଗତିରେ ରଙ୍ଗରୁଟ୍ରେ ଯାଏ, ତେବେ ତା’ର ଚାଲାଣ କିଏ କାଟିବ?
/sambad/media/post_attachments/wp-content/uploads/2022/05/worng-drive-2-300x188.jpg)
ସାମାଜିକ ଗଣମାଧ୍ୟମରେ ଆଜି ଏପରି ଏକ ଭିଡିଓ ଘୂରି ବୁଲିବା ସହ ଲୋକେ କମିସନରେଟ୍ ପୁଲିସ୍ ଓ ଆର୍ଟିଓ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରୀ ଗାଡ଼ି ବୋଲି କ’ଣ ନିୟମ ଭାଙ୍ଗିଲେ ଭୁଲ୍ ଗଣାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ଭିଡିଓରେ ଏକ ପୁଲିସ ଇଣ୍ଟରସେପ୍ଟର୍ ଗାଡ଼ି (ଓଡି-୩୩-ଏନ୍-୪୩୩୯)ଟି ୧୬ ନମ୍ବର ଜାତୀୟ ରାଜପଥର ପ୍ରତାପନଗରୀ ଫାଟକ ସମ୍ମୁଖରେ ଭୁବନେଶ୍ବର ପଟୁ କଟକ ଆଡ଼କୁ ଯାଉଛି। ହେଲେ ଗାଡ଼ିଟି ବାମ ପାଖରେ ନଯାଇ ଡାହାଣ ପାଖ (ରଙ୍ଗ୍ ରୁଟ୍)ରେ ଯାଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/worng-drive-1.jpg)