ଜଟଣୀ: ଆଜି ଭୁବନେଶ୍ବର ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ଜଟଣୀ କ୍ୟାମ୍ପସ୍ଠାରେ ନାନୋ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଆୟୋଜିତ ‘ବିଟିଏନ୍ଟି–୨୦୧୯' ଅନ୍ତଜାର୍ତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୨୫୦ରୁ ଊର୍ଦ୍ଧ୍ବ ଗବେଷକ, ବୈଜ୍ଞାନିକମାନେ ଯୋଗ ଦେଇଛନ୍ତି। ଏହି ଅନ୍ତଜାର୍ତୀୟ ସମ୍ମିଳନୀକୁ ‘ନାଇଜର୍’ର ନିର୍ଦ୍ଦେଶକ ପ୍ରଫେସର୍ ସୁଧାକର ପଣ୍ତା ଉଦ୍ଘାଟନ କରି କହିଥିଲେ ଯେ ସାଧାରଣ ଜନତା ଯେପରି ନାନୋ ବିଜ୍ଞାନର ଉପକାର ପାଇପାରିବ ଏବଂ ଭାରତ ଅନ୍ତଜାର୍ତୀୟସ୍ତରରେ ତା’ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ, ସେ ଦିଗରେ ସଫଳତା ହାସଲ କରିବା ନାନୋ ବିଜ୍ଞାନ ଉପରେ କାମ କରୁଥିବା ସମସ୍ତ ବୈଜ୍ଞାନିକମାନଙ୍କ ପାଇଁ ଏକ ଆହ୍ବାନ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଙ୍ଗାପୁରର ବୈଜ୍ଞାନିକ ପ୍ରଫେସର୍ ୟାନ୍ ରାଇଟ୍ କହିଲେ ଯେ ଏହି ସମ୍ମିଳନୀରେ ପଦାର୍ଥବିଜ୍ଞାନୀ, ରସାୟନ ବିଜ୍ଞାନୀ ଏବଂ ଜୈବ ବିଜ୍ଞାନୀମାନେ ଏକତ୍ର ହୋଇଥିବାରୁ ନୂତନ ଉଦ୍ଭାବନ ପାଇଁ ଏହା ପଥ ଉନ୍ମୁକ୍ତ କରିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଙ୍ଗେସ୍ କୁଲ୍କର୍ଣ୍ଣି କହିଲେ ଯେ ଏହି ସମ୍ମିଳନୀରେ ନାନୋ ସାଇନସ୍ ଏବଂ ନାନୋ ଟେକ୍ନୋଲୋଜି ପ୍ରାଧାନ୍ୟ ଦିଆଯାଇଛି। କାରଣ ଏହାର ପ୍ରଭାବ ସମାଜ ଉପରେ ଅଧିକ ରହିଛି। ପଦାର୍ଥ ବିଜ୍ଞାନୀ ଡ. ଶୁଭଙ୍କର ବେଦାନ୍ତ ସ୍ବାଗତ ଭାଷଣ ଦେବା ସହିତ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। କୁଳସଚିବ ଡ. ଅଭୟ କୁମାର ନାୟକ କହିଥିଲେ ଯେ ଏହି ସମ୍ମିଳନୀ ମାଧ୍ୟମରେ ନାଇଜରର ବୈଜ୍ଞାନିକ, ଛାତ୍ରଛାତ୍ରୀ, ଗବେଷକଙ୍କ ସହିତ ଓଡ଼ିଶାର ଅନ୍ୟ ଅନୁଷ୍ଠାନର ଗବେଷକମାନେ ସାରା ପୃଥିବୀରେ ଚାଲିଥିବା ନାନୋ ଗବେଷଣା ବିଷୟରେ ଅବଗତ ହେବାର ସୁଯୋଗ ପାଇଛନ୍ତି। ଶେଷରେ ବିଜ୍ଞାନ ଅଧିକାରୀ ଡ. ସୁଦକ୍ଷିଣା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ।
ନାଇଜର୍ରେ ନାନୋ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ, ଭାଗ ନେଲେ ୨୫୦ ବୈଜ୍ଞାନିକ
/sambad/media/post_attachments/wp-content/uploads/2019/12/d5hj4dg6j4d56j4dg56j4dg56j46dgj465dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)