ଭୁବନେଶ୍ୱର : ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟରିଚ୍ ପକ୍ଷରୁ ଚତୁର୍ଥ ଅନ୍ତର୍ଜାତୀୟ ରେଡିଓ ମେଳା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଆଜି ଅନୁଷ୍ଠାନ ପକ୍ଷରୁ ଏନେଇ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଆୟୋଜକ ସୁବ୍ରତ କୁମାର ପତି ଏହି ସୂଚନା ଦେଇଛନ୍ତି।
ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ମେଳାରେ ଆମେରିକାର ଜାତୀୟ ପ୍ରସାରଣ ନିଗମ ଭଏସ୍ ଅଫ୍ ଆମେରିକା, ଜାପାନ୍ର ଏନ୍ଏଚ୍କେ ଓ୍ଵାର୍ଲ୍ଡ, ଚୀନ୍ର ଚାଇନା ରେଡିଓ ଇଣ୍ଟରନ୍ୟାସନାଲ, ବାଂଲାଦେଶର ବାଂଲାଦେଶ ବେତାର ପରି ବିଦେଶୀ ରେଡିଓ ଷ୍ଟେସନ ସହ ଦେଶର ଅନେକ ରେଡିଓ ଷ୍ଟେସନ ଅଂଶଗ୍ରହଣ କରିବେ ବୋଲି ଆୟୋଜକ କହିଛନ୍ତି।
ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ନୂଆ ପୁରୁଣା ରେଡିଓ, ଗ୍ରାମଫୋନ୍, ପ୍ରସାରଣ ସାମଗ୍ରୀର ପ୍ରଦର୍ଶନ କରାଯିବ ବୋଲି ମେଳା କିମିଟିର ସଦସ୍ୟ ଟିକାୟତ ନାୟକ ସୂଚନା ଦେଇଛନ୍ତି।
ଏହି ଅବସରରେ ବିଶିଷ୍ଟ ପ୍ରସାରକ କମଲ ଶର୍ମାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ଆଓ୍ଵାର୍ଡ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ କହିଛନ୍ତି।
ରାଜସ୍ଥାନର ଆରଜେ ଦେବାଙ୍ଗନାଙ୍କୁ ଲୋକପ୍ରିୟ ପ୍ରଚାରକ ସମ୍ମାନ, ଭୁବନେଶ୍ୱରର ସୋଆ ଏଫ୍ଏମ୍କୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ସମ୍ମାନ, ପଶ୍ଚିମବଙ୍ଗର ଆମେଚ୍ୟୁର ରେଡିଓ କନଭେନସନ ଓ କନଫେରେନ୍ସ ସମିତିକୁ ଲୋକ ସେବାରେ ରେଡିଓ ସମ୍ମାନ ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ପ୍ରିୟଦର୍ଶିନୀ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/radop-copy.jpg)
