ଭୁବନେଶ୍ବର: ବୌଦ୍ଧ ଧର୍ମ ସମ୍ପର୍କିତ ପୁସ୍ତକ ରଚନା ଓ ଅନୁବାଦ ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ବିମଳେନ୍ଦୁ ମହାନ୍ତିଙ୍କୁ ବୋଧଗୟାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ସମ୍ମାନିତ କରାଯାଇଛି। ଡ.ମହାନ୍ତି ସଂପ୍ରତି ମହାବୋଧି ଓଡ଼ିଶା ପ୍ରଦେଶର ସଭାପତି ଦାୟିତ୍ବରେ ଅଛନ୍ତି। ଏହି ସମ୍ମିଳନୀରେ ଭାରତର ମହାବୋଧି ସୋସାଇଟିର ସମ୍ପାଦକ ପି.ସିଓଲି ଥେରୋଙ୍କ ଅଧ୍ୟକ୍ଷତାରେ ‘ବୌଦ୍ଧ ଧର୍ମ ଓ ନାରୀ ସ୍ବାଧୀନତା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ସମେତ ଆମେରିକା, ଋଷିଆ, ଚାଇନା, ବର୍ମା, ଥାଇଲାଣ୍ଡ, ଭିଏତନାମ, ସିଂହଳ ଭଳି ୧୫ ଦେଶରୁ ୩୦୦ରୁ ଅଧିକ ପ୍ରତିନିଧିମାନେ ଅଂଶଗ୍ରହଣ କରି ସନ୍ଦର୍ଭ ପାଠ କରିଥିଲେ। ଡ.ମହାନ୍ତି ନିଜ ଅଭିଭାଷଣରେ କହିଲେ, ନାରୀ ଓ ପୁରୁଷମାନଙ୍କୁ ସମ୍ବିଧାନ ସମାନ ଅଧିକାର ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ପାଳନ ହୋଇପାରିନାହିଁ। କେବଳ ଭାରତ ନୁହେଁ, ବିଶ୍ବର ବିଭିନ୍ନ ବିକଶିତ ରାଷ୍ଟ୍ର ମଧ୍ୟ ଏଇ ସମସ୍ୟା ଦେଇ ଗତି କରୁଛି ବୋଲି ସେ କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp