ଭୁବନେଶ୍ୱର : ଶ୍ରୀମାର୍ଗ ଗୋଧାମ ପକ୍ଷରୁ ଚଳିତ ମାସ ୭ ତାରିଖରେ ଆନ୍ତର୍ଜାତିକ ଗୋ’ ସମ୍ବର୍ଧନା ମହୋତ୍ସବ ଜଟଣୀର ରଥିପୁରଠାରେ ଅନୁଷ୍ଠିତ ହେବ। ଆଜି ଅନୁଷ୍ଠାନ ପକ୍ଷରୁ ହୋଟେଲ ପୁଷ୍ପକଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ହିନ୍ଦୁ ଧର୍ମରେ ଗୋମାତାଙ୍କ ମାହାତ୍ମ୍ୟର ପ୍ରଚାର ନେଇ ଏହି ମହୋତ୍ସବ ଆୟୋଜନ କରାଯାଇଥିବା ଅନୁଷ୍ଠାନର ସମ୍ପାଦକ ଶିବାଶିଷ ଶତପଥୀ କହିଛନ୍ତି। ଏହି ମହୋତ୍ସବରେ ନେପାଳର ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହାଦେବଙ୍କୁ ସମ୍ବଦ୍ଧର୍ତି କରାଯିବ। ନେପାଳର ରାଜା ଗାମାତା ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଉତ୍ସବରେ ଉପସ୍ଥିତ ରହିବେ। ଓଡ଼ିଶାର ବିଭିନ୍ନ ରାଜ ପରିବାରର ବଂଶଧର ଉତ୍ସବରେ ଯୋଗ ଦେବେ। ମହୋତ୍ସବ ନେଇ ଆଜିଠାରୁ ନାମଯଜ୍ଞ ଆରମ୍ଭ ହୋଇଛି।
୭ରେ ଆନ୍ତର୍ଜାତିକ ଗୋ’ ସମ୍ବର୍ଧନା ମହୋତ୍ସବ
/sambad/media/post_attachments/wp-content/uploads/2018/02/cow.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)