ଭୁବନେଶ୍ବର: ସ୍ବିଡେନ୍ର ମାଲ୍ମୋରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବଫ୍’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବିଚାରକ ଭାବେ ସାମିଲ୍ ହୋଇଛନ୍ତି ଓଡ଼ିଆ ପୁଅ ତଥା ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ବର୍ଗରେ ସେ ନିଜର ବିଚାର ରଖିବେ। ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉତ୍ସବରେ ସେ ସାମିଲ୍ ହେବେ। ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ, ପ୍ରୋତ୍ସାହକ, ବିତରକ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିବା ବେଳେ ସାମାଜିକ ବାର୍ତା ଓ ପ୍ରାସଙ୍ଗିକତା ଥିବା ଚଳଚ୍ଚିତ୍ର ନିର୍ମାଣ କରି ଆସୁଛନ୍ତି। ସେଥିମଧ୍ୟରୁ ଅନେକ ଚଳଚ୍ଚିତ୍ର ବିଶ୍ବବ୍ୟାପୀ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ପ୍ରଦର୍ଶିତ ହୋଇ ଲୋକପ୍ରିୟତା ଅର୍ଜନ କରିଛି। ନିକଟରେ ତାଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ଦି ଲାଷ୍ଟ୍ କଲର’ ବିଶ୍ବବ୍ୟାପୀ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ସେ ୟୁରୋପିଆନ୍ ଚିଲ୍ଡ୍ରେନ୍ସ ଫିଲ୍ମ ଆସୋସିଏସନ୍ର ବିଚାରକ ରହିଥିବା ବେଳେ ୨୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବିଚାରକ ଦାୟିତ୍ବ ତୁଲାଇଛନ୍ତି। ଜିତେନ୍ଦ୍ର କହିଛନ୍ତି ଯେ, ଚଳଚ୍ଚିତ୍ର ଜରିଆରେ କଳା, ସଂସ୍କୃତି ଓ ମୂଲ୍ୟବୋଧର ଆଦାନ ପ୍ରଦାନ ମୋର ପ୍ରମୁଖ ଲକ୍ଷ୍ୟ ହୋଇଥିବା ବେଳେ ‘ବଫ୍’ରେ ସୁଯୋଗ ଦେଇଥିବାରୁ ଆୟୋଜକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
‘ବଫ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ’ରେ ଜୁରି ହେଲେ ଓଡ଼ିଆ ପୁଅ ଜିତେନ୍ଦ୍ର
/sambad/media/post_attachments/wp-content/uploads/2019/03/Untitled-13-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)