ସେଭ୍‌ ଇଣ୍ଡିଆନ୍‌ ଫାମିଲି ପକ୍ଷରୁ ଅନ୍ତର୍ଜାତୀୟ ପୁରୁଷ ଦିବସ

ଭୁବନେଶ୍ୱର : ସେଭ୍‌ ଇଣ୍ଡିଆନ୍‌ ଫାମିଲି ଓଡ଼ିଶା ଚାପ୍ଟର୍‌ ପକ୍ଷରୁ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟ୍ରାଫିକ୍‌ ପୁଲିସ ଷ୍ଟେସନ୍‌, ଏଜି ଛକରେ କର୍ତ୍ତବ୍ୟରତ ଟ୍ରାଫିକ୍‌ ପୁଲିସଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଟ୍ରାଫିକ୍‌ ପୁଲିସ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କିପରି ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରନ୍ତି ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସେହିପରି ପୁରୁଷମାନେ ବିଭିନ୍ନ ସମୟରେ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହିତ ସଚେତନତା ସୃଷ୍ଟି କରାଯାଇଥିଲା।

ସମ୍ବନ୍ଧିତ ଖବର