ସ୍ପର୍ଶ ହସ୍ପିଟାଲ୍‌ରେ ଅନ୍ତର୍ଜାତୀୟ ଫାର୍ମାସିଷ୍ଟ ଦିବସ

ଭୁବନେଶ୍ବର: ସ୍ଥାନୀୟ ସ୍ପର୍ଶ ହସ୍ପିଟାଲରେ ଅନ୍ତର୍ଜାତୀୟ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଗତ ୨୫ ତାରିଖ ଦିନ ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ କର୍ତ୍ତୃପକ୍ଷ ଓ ଫାର୍ମାସି ବିଭାଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଔଷଧର ବିଶେଷତ୍ୱ କେତେ ମହତ୍ୱପୂର୍ଣ୍ଣ, ତାହା ଉପରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିତ୍ତୀୟ ନିର୍ଦ୍ଦେଶକ ସି.ଏ ବିଧୁଭୂଷଣ ନାୟକ ଓ ସ୍ବାତୀ ନାୟକ ପ୍ରମୁଖ ଯୋଗଦେଇ ଫାର୍ମାସିଷ୍ଟମାନଙ୍କୁ ବିଗତ ଦିନରେ କୋଭିଡ୍‌ ସମୟରେ ତାଙ୍କର ଅତୁଳନୀୟ ଅବଦାନକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର