‘ଆନ୍ତର୍ଜାତିକ ଅଶୋଭନୀୟତ‌ା ନିରୋଧ ଆନ୍ଦୋଳନ ଦିବସ’

ଭୁବନେଶ୍ବର: ଶୋଭନୀୟ ସମା‌ଜ ପକ୍ଷରୁ ‘ଆନ୍ତର୍ଜାତିକ ଅଶୋଭନୀୟତ‌ା ନିରୋଧ ଆନ୍ଦୋଳନ ଦିବସ’ ଓ ‘ପୂଜ୍ୟଶ୍ରୀ କୁମାର ଭାଇଙ୍କ ୭୨ତମ ଜୟନ୍ତୀ’ ଉତ୍ସବ ଗୁରୁବାର ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ଯୋଗ ଦେଇଥିଲେ। ବିଶେଷ ଅତିଥି ଭାବେ ବେଦବିତ୍‌ ପ୍ରିୟବ୍ରତ ଦାଶ, ମୁଖ୍ୟବକ୍ତା ଭାବେ ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଓ ଅନ୍ୟତମ ଅତିଥି ଭାବେ ଶୁଭଶ୍ରୀ ଦାସ ଏବଂ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଗୁରୁମା ଅରୁନ୍ଧତୀ ଦେବୀ ଉତ୍ସବରେ ପୌରୋହିତ୍ୟ କରିଥିଲେ। ଏହି ଅବସରରେ ‘ସ୍ବଚ୍ଛ ନିର୍ବାଚନ’ ଓ ‘ଶୋଭନୀୟ ସମାଜ’ ନିମନ୍ତେ ଏକ ଶାନ୍ତି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ରୁ ବାହାରିଥିଲା। ରୁକ୍ମିଣୀ ଦେବୀ ଓ ଚିଦାତ୍ମିକା ଖଟୁଆ ଏହାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର