କଟକ,୫/୪(ଇମିସ): ବିଶ୍ବଗୁରୁ ହେବାକୁ ଚାହୁଥିବା ଲୋକେ ଓଡ଼ିଶାକୁ ଅନୁସରଣ କରନ୍ତୁ। କଟକର କଦ୍ମ ରସୁଲ୍, ଖୋର୍ଦ୍ଧାର କାଇପଦର, ବାଲେଶ୍ବରର ଭୁଜାଖିଆ ପୀରଙ୍କ ପୀଠରେ ଯେଉଁ ସର୍ବଧର୍ମ ସମନ୍ବୟ ପରିଲକ୍ଷିତ ହେଉଛି, ତାହା ହିଁ ଅନ୍ୟମାନଙ୍କ ପାଇଁ ଗୁରୁମନ୍ତ୍ର ବୋଲି କହିଛନ୍ତି ‘ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ‘ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଶତାବ୍ଦୀଭବନରେ ଆୟୋଜିତ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀର ପ୍ରସ୍ତୁତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଓଡ଼ିଶାର ସର୍ବଧର୍ମ ସମନ୍ବୟ ଭାରତ ପାଇଁ ମହୌଷଧୀ। ଭାରତ ଏହାକୁ ଅନୁସରଣ କଲେ, ଦେଶରେ ଦ୍ରୁତ ସାମାଜିକ ଓ ଅର୍ଥନୈତିକ ପ୍ରଗତି ସମ୍ଭବ ହେବ। ଏପ୍ରିଲ୍ ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉପର ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ମହାସମ୍ମିଳନୀକୁ ସୁନ୍ଦର ଓ ଶୃଙ୍ଖଳିତ କଲେ, ତାହା ଅଧିକ ପ୍ରଭାବୀ ହେବ ବୋଲି ଶ୍ରୀ ପଟ୍ଟନାୟକ ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ।
ଆମେ ଓଡ଼ିଆ ଅନୁଷ୍ଠାନର ରାଷ୍ଟ୍ରୀୟ ସଭାପତି ସରୋଜ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଚୂଡାନ୍ତ ପ୍ରସ୍ତୁତି ବୈଠକକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମହାସମ୍ମିଳନୀର ଅଧ୍ୟକ୍ଷ ଭଜମନ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାବା ବଂଶୀଧର ଦାସ ମହାରାଜ, ସ୍ବାମୀ ବିଷ୍ଣୁଗିରି ମହାରାଜ, ଅନୁଷ୍ଠାନର ରାଜ୍ୟ ସଭାପତି ଗୋଲକ ବିହାରୀ ଦାସ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡାକ୍ତର ବସନ୍ତ କୁମାର ଜେନା, ଉପସଭାପତି ମନୋରଞ୍ଜନ ଦାସ, ସଂପାଦିକା ସସ୍ମିତା ମଲ୍ଲିକ, ରାଜ୍ୟ ମହାସଚିବ ପ୍ରତାପ କୁମାର ରାଉତରାୟ, ମହାନଗର ସଭାପତି ବିନୟ କୁମାର ମହାନ୍ତି, ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ଦ୍ରୌପଦୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ କଟକ ପଶ୍ଚିମାଞ୍ଚଳ ସଭାପତି ପ୍ରଦୀପ ସାମଲ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଭୁବନେଶ୍ବର ଜିଲ୍ଲା ସଭାପତି ହରିଶ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ବାରବାଟୀ ଶାଖା ସଭାପତି କ୍ଷୀରୋଦ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ମିଳନୀ ଆବାହକ ଶୋଭନ ପ୍ରଧାନ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ଓମ୍କାର ମହାରାଜ, ଅଜୟ ମିଶ୍ର, ଗନ୍ଧର୍ବ ଜେନା, ବେଣୁଧର ବେହେରା, ଆଲୋକ ନନ୍ଦ, ଦିଲ୍ଲୀପ ରାୟ, ମୈଥାଲି ଦାସ, ନମିତା ମହାନ୍ତି, ଅନିଲ ସ୍ବାଇଁ, ଦେବାଶିଷ ଭୂୟାଁ, ଅଜୟ ମୁଦୁଲି, ପ୍ରବୋଧ ପରିଡ଼ା, ଅଗାଧୁ ପ୍ରଧାନ, କୃପାସିନ୍ଧୁ ଷଡଙ୍ଗୀ ଯୋଗଦେଇଥିଲେ। ଅରୂପ ଅଗ୍ରୱାଲ, ଭୂପେଶ ନାୟକ, ମାଗୁଣି ରାଉତ, ନବଘନ ନାୟକ, ବିଜୟ ପରିଡ଼ା, ସଞ୍ଜୟ ପରିଡ଼ା, ଅମରେନ୍ଦ୍ର ବେହେରା, ସ୍ମିତା ମୂଳିଆ, ନମିତା ଉତ୍ତରାୟ, ଦ୍ରୌପଦୀ ସେଠୀ, ମଧୁସ୍ମିତା ବେହେରା, ପୁଷ୍ପାଞ୍ଜଳି ସିଂହ, ରୂପ ନାରାୟଣ ସିଂହ, ସୁଶାନ୍ତ ଦାସ, ମନୋରଞ୍ଜନ ସାହୁ, ସନ୍ତୋଷ ସ୍ବାଇଁ, ପପୁ ମହାପାତ୍ର, ରଞ୍ଜନ ପ୍ରଧାନ, ପ୍ରଶାନ୍ତ ମାଝି, ନରେଶ ଭରେଲୱାଲା, ପୁନେନ୍ଦୁ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।