ୱାଇଲ୍ଡ ଲୋଟସ୍‌ ଫ୍ୟାସନ୍‌ରେ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ବର: ଛତାବର ଶିଳ୍ପାଞ୍ଚଳସ୍ଥିତ ୱାଇଲ୍ଡ ଲୋଟସ୍‌ ଫ୍ୟାସନ୍‌ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶିକା ସୀମା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଏହି ପୋଷାକ କାରଖାନାରେ ୬୫୦ କର୍ମଚାରୀ କାମ କରୁଥିବା ବେଳେ ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା‌ ୫ଶହର ଅଧିକ। ଏହି ଅବସରରେ ମହିଳା କର୍ମଚାରୀଙ୍କ ମଧ୍ୟରେ ନୃତ୍ୟ, ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କମ୍ପାନିର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ନିର୍ଦ୍ଦେଶିକା ସବିତା ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି ଏବଂ କେ. ମଧୁସୂଦନଙ୍କ ସହ କାରଖାନାର ସମସ୍ତ କର୍ମଚାରୀ ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। କମ୍ପାନିର ଉପସଭାପତି ପ୍ରକାଶ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର