ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଓ ମୁଖ୍ୟ ବକ୍ତାଭାବରେ ସରୋଜିନୀ ବୋଇତା ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ମୁଖ୍ୟ ଅତିଥି ବିଦ୍ୟାଳୟର ଏହି ଉଦ୍ୟମକୁ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶ ଆଦିତ୍ୟ ବିରଳାଗ୍ରୁପର ଶିକ୍ଷା ବିଭାଗ ଉପଦେଷ୍ଠା ଡ.ଏସ.ଗାଙ୍ଗୁଲିଙ୍କୁ ଏହି ବିଦ୍ୟାଳୟର ଉନ୍ନତି ପାଇଁ ଧନ୍ୟବାଦ ଦେଇଥିଲେ।

Advertisment

publive-image

ଏହି ଅବସରରେ ୧୫୦ ଜଣ ମହିଳାଙ୍କୁ ବିଦ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟର ସାଂସ୍କୃତିକ ବିଭାଗ ସହଯୋଗରେ ମା’ମାନଙ୍କୁ ନୃତ୍ୟ,ଗୀତ ଓ ଏକକ ଅଭିନୟ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।