ଭୁବନେଶ୍ବର : ରାଜ୍ୟରେ ଦୀର୍ଘ ଦିନ ଧରି ପରିବହନ ଟ୍ରକ୍ରୁ ଖଣିଜ ଦ୍ରବ୍ୟ ଲୁଟ୍ କରୁଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍(ସ୍ପେସାଲ ଟାସ୍କଫୋର୍ସ)। କଟକ, ମଙ୍ଗୁଳି ଓ ଟାଙ୍ଗୀ ଅଞ୍ଚଳରେ ଚଢ଼ଉ କରି ଏହି ଗ୍ୟାଙ୍ଗର ୬ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଅଜିତ ଗୁପ୍ତା, ସନ୍ତୋଷ କୁମାର ବର୍ମା, ବବଲି ଗୁପ୍ତା, କୁନ୍ଦନ ଧାଵନ, ନନ୍ଦକିଶୋର ସିଂ ଓ ରାଧେଶ୍ୟାମ ଗୁପ୍ତା। ସେମାନଙ୍କଠାରୁ ପ୍ରାୟ ୨୧୪ ଟନ୍ ଫେରକ୍ରୋମ୍, ୩ଟି ଟ୍ରକ୍, ଜେନେରେଟର ଜବତ କରାଯାଇଛି। ଜବତ ଫେରୋକ୍ରୋମର ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ଏସଟିଏଫ୍ ୩ଟି ମାମଲା ମଧ୍ୟ ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ଗିରଫ ମାଫିଆମାନେ ଦୀର୍ଘ ଦିନ ଧରି ଓଡ଼ିଶାର ଜାତୀୟ ରାଜପଥରେ ପରିବହନରେ ନିୟୋଜିତ ଥିବା ଟ୍ରକରୁ ଖଣିଜ ଦ୍ରବ୍ୟ ଲୁଟପାଟ୍ କରୁଥିଲେ। ଜାପାନ, ଦକ୍ଷିଣକୋରିଆ ଆଦି ଦେଶକୁ ରପ୍ତାନି ପାଇଁ ବନ୍ଦରକୁ ମାଲ ନେଇ ଯାଉଥିବା ଟ୍ରକ୍କୁ ଏମାନେ ଟାର୍ଗେଟ୍ କରୁଥିଲେ। ରାସ୍ତା ଉପରେ ଟ୍ରକ୍ରୁ ଲୁଟ୍ପାଟ କରୁଥିଲେ। କେତେବେଳେ ସିଧାସଳଖ ଲୁଟୁଥିଲେ ତ ଆଉ କେତେବେଳେ ଗାଡ଼ିର ଡ୍ରାଇଭର୍ କର୍ମଚାରୀମାନେ ଢାବାରେ ଖାଉଥିବା ବେଳେ ଚୋରି କରୁଥିଲେ। ଏନେଇ ଏସଟିଏଫ୍ ପାଖରେ ଖବର ପହଞ୍ଚିଥିଲା। ଆଜି ଏସଟିଏଫ୍ର ତିନୋଟି ଟିମ୍ କଟକ, ମଙ୍ଗୁଳି, ଟାଙ୍ଗୀ ଅଞ୍ଚଳରେ ଚଢ଼ଉ କରି ତିନୋଟି ଟ୍ରକ୍ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଥିଲା। ଏହି ରୢାକେଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୁଲିସ ଖୋଳତାଡ଼ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-9.jpg)