ଭୁବନେଶ୍ବର : ନୂଆପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଫ୍ଲୋମୋର୍ ଲିମିଟେଡ୍ ନାମକ ଏକ ଫାଇନାନ୍ସ କମ୍ପାନିରୁ ୫୩ଲକ୍ଷ ଟଙ୍କା ହେର୍ଫେର୍ କରିବା ମାମଲାରେ ନୂଆପଲ୍ଲୀ ପୁଲିସ ଆଜି ଜଣେ ଅନ୍ତଃରାଜ୍ୟ ଠକକୁ ଗିରଫ କରିଛି। ସେ ହେଉଛି କଟକ ସାଉଥ ଉଷୁମାର ବିକ୍ରମ ମହାରଣା। ବିକ୍ରମକୁ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ପୁଲିସ କଟକ ସଦର ପୁଲିସ ସହାୟତାରେ ଗିରଫ କରିବାକୁ ଯାଇଥିବା ବେଳେ ସେ ଛାତ ଉପରୁ ଡେଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତା' ଦୁଇଗୋଡ଼ ଭାଙ୍ଗିଯାଇଛି। ତେବେ ନୂଆପଲ୍ଲୀ ପୁଲିସ ତା’କୁ କାବୁ କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଛି।
ସୂଚନା ମୁତାବକ ଗତ ୨୦୧୭ରେ ଅଭିଯୁକ୍ତ ବିକ୍ରମ ଅଭିଯୋଗକାରୀ ପ୍ରଦୀପ୍ତ କୁମାର ଦାସଙ୍କ କମ୍ପାନିରେ ଆସିଷ୍ଟାଣ୍ଟ ମ୍ୟାନେଜର୍ ଭାବେ କାମରେ ଯୋଗ ଦେଇଥିଲା। ଆର୍ଥିକ ବିଭାଗର ନିଯୁକ୍ତି ପାଇଥିବାରୁ କମ୍ପାନିକୁ ଆସୁଥିବା ସମସ୍ତ ଟଙ୍କାର ନେଣଦେଣ ବିଷୟରେ ବିକ୍ରମ ଅବଗତ ଥିଲା। ଏହାରି ଫାଇଦା ଉଠାଇ ସେ ୨୦୧୯ରେ କମ୍ପାନି ଆକାଉଣ୍ଟ୍ରୁ ପ୍ରାୟ ୫୩ଲକ୍ଷ ଟଙ୍କା ଲୁଟିନେବା ସହ କମ୍ପାନିର ଲାପଟପ୍, ହାର୍ଡଡିସ୍କ୍ ନେଇ ଫେରାର୍ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ଼ କରି ବିକ୍ରମଙ୍କୁ ଗିରଫ କରିବାକୁ ଯିବା ବେଳେ ସେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ବଡ଼ ଆର୍ଥିକ ଠକେଇ ମାମଲାରେ ପୁଲିସ ହେପାଜତରେ ଥିବା ଜଣାପଡ଼ିଥିଲା। ଏହାପରେ ସେ ଜାମିନରେ ଘରକୁ ଆସିଥିବ ବେଳେ ନୂଆପଲ୍ଲୀ ପୁଲିସ ତା'କୁ ଧରିବା ଲାଗି ତା’ର ଘରେ ବିଳମ୍ବିତ ରାତିରେ ଚଢ଼ଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Chora.jpg)