ଭୁବନେଶ୍ବର: ଗତକାଲି ସ୍ପେସାଲ୍ ସ୍କ୍ବାଡ୍ ପଞ୍ଝାରେ ପଡ଼ିଥିବା ୫ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ନେଇ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। ୩ ମାସ ଭିତରେ ଏହି ବନ୍ଧୁକ ବେପାରୀ ରୢାକେଟ୍ ଓଡ଼ିଶାରେ ୪୦ରୁ ଅଧିକ ପିସ୍ତଲ ବିକିଥିବା ଜଣାପଡ଼ିବା ପରେ ପୁଲିସର ଚିନ୍ତା ବଢ଼ିଛି। କେଉଁ ଅପରାଧୀମାନଙ୍କ ହାତରେ ସେସବୁ ବନ୍ଧୁକ ରହିଛି, ସେନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ବନ୍ଧୁକଗୁଡ଼ିକ କିଭଳି ଜବତ କରାଯିବ, ସେଥିପାଇଁ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି। ତେଣୁ ଜେଲ୍ରେ ଥିବା ବନ୍ଧୁକ ବେପାରୀଙ୍କୁ ତୁରନ୍ତ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି।
ପ୍ରାୟ ୩ ମାସ ହେଲା ଏହି ରୢାକେଟ୍ ରାଜଧାନୀ ଉପକଣ୍ଠ ଯାଁଳା ତଳଖେତା ଜଟଣୀଗେଟ୍ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ତେଣୁ ବିକ୍ରି ହୋଇଥିବା ଅଧିକାଂଶ ବନ୍ଧୁକ ଖୋର୍ଦ୍ଧା ଅଞ୍ଚଳରେ ବିକ୍ରି ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖୋର୍ଦ୍ଧାର ପଥର ଖଣି ମାଫିଆ ଓ ଗୋ-ଚାଲାଣ କରୁଥିବା ମାଫିଆମାନଙ୍କୁ ବେଶି ବନ୍ଧୁକ ବିକ୍ରି ହୋଇଛି। ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଆଦି ଅଞ୍ଚଳରେ ବି ବାଲି ମାଫିଆ ଓ ଅନ୍ୟାନ୍ୟ ଅପରାଧୀମାନେ ଏହି ଗ୍ୟାଙ୍ଗ୍ଠାରୁ ବନ୍ଧୁକ କିଣିଛନ୍ତି। କିଛି ଜମି ମାଫିଆ ମଧ୍ୟ ଚୋରା ବନ୍ଧୁକ କିଣିଛନ୍ତି। ବଡ଼ କଥା ହେଉଛି କିଛି ଲୋକ ସଉକରେ ଅର୍ଥାତ୍ ପତିଆରା ପ୍ରଦର୍ଶନ ପାଇଁ ଏହି ଗ୍ୟାଙ୍ଗ୍ଠାରୁ ବନ୍ଧୁକ କିଣିଛନ୍ତି। ତେଣୁ ଏମାନେ ବିକିଥିବା ବନ୍ଧୁକଗୁଡ଼ିକୁ ଜବତ କରିବା ଉପରେ ପୁଲିସ ଗୁରୁତ୍ବ ଦେଇଛି। ସୂଚନାଯୋଗ୍ୟ ଯେ ଗତକାଲି ପୁଲିସ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ଆସି ଏଠାରେ ଡେରା ପକାଇଥିବା ବନ୍ଧୁକ ବେପାରୀ ପ୍ରବୀଣ କୁମାର, ରାଘବେନ୍ଦ୍ର ସିଂ, ଅଭିଷେକ ରାଜପୁତ, ଇନ୍ଦ୍ରଜିତ୍ ସିଂ, ଓ କଟକ ସାଲେପୁରର ସେକ୍ ସକିଲ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୬ଟି ବନ୍ଧୁକ ଓ ୧୮ ଗୁଳି ଜବତ କରାଯାଇଥିଲା। ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ୟୁପି, ବିହାର ଓ ମଧ୍ୟପ୍ରଦେଶ ଗସ୍ତ କରିବ ବୋଲି ସୂଚନା ମିଳିଛି।
ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ ମାମଲା, ୩ ମାସରେ ବିକିଛନ୍ତି ୪୦
ଗତକାଲି ସ୍ପେସାଲ୍ ସ୍କ୍ବାଡ୍ ପଞ୍ଝାରେ ପଡ଼ିଥିବା ୫ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ନେଇ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। ୩ ମାସ ଭିତରେ ଏହି ବନ୍ଧୁକ ବେପାରୀ ରୢାକେଟ୍ ଓଡ଼ିଶାରେ ୪୦ରୁ ଅଧିକ ପିସ୍ତଲ...
/sambad/media/post_attachments/wp-content/uploads/2017/10/gun.jpg)