ଭୁବନେଶ୍ବର: ଗଙ୍ଗପଡ଼ାସ୍ଥିତ ପିଡିଏଲ୍ ସର୍ଭିସିଂ ସେଣ୍ଟର୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣାରେ ଇନ୍ଫୋଭ୍ୟାଲି ଥାନା ପୁଲିସ୍ ଖୋର୍ଦ୍ଧା ଶ୍ରୀରାମନଗରର ସୁକୁମାର ମହାପାତ୍ର(୩୪) ଓ ବଡ଼ଗଡ଼ ବିଜେବିନଗର ଅଞ୍ଚଳର ଅଜାତଶ୍ରତୁ ମିଶ୍ର(୪୯)କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍ ଦୁଇଟି କାର୍, ଗୋଟିଏ ବନ୍ଧୁକ ଓ ୬ଟି ଗୁଳି ଜବତ କରିଛି।
ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ସୁକୁମାର ଓ ଅଜାତଶତ୍ରୁ ଗୋଟିଏ ସିଲଭର୍ ରଙ୍ଗର ଏସୟୁଭି(ଜିପ୍ କମ୍ପାସ) ଏବଂ ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ ଆଇ-୨୦ କାର୍ ନେଇ ସର୍ଭିସିଂ ପାଇଁ ଗଙ୍ଗପଡ଼ାସ୍ଥିତ ପିଡିଏଲ ଅଟୋ-ହବ୍କୁ ଯାଇଥିଲେ।
ସେଠାରେ ଗାଡ଼ି ସଫା କରିବାରେ ବିଳମ୍ବ ହେବାରୁ ସୁକୁମାର ରାଗିଯାଇ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାରୁ, ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଇ ସାଙ୍ଗ ଏକ ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ସେମାନଙ୍କ ଉତ୍ପାତ ଦେଖି ଅନ୍ୟ କର୍ମଚାରୀମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଖବର ପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ କାବୁ କରିବା ସହ ବନ୍ଧୁକ ଜବତ କରିଥିଲା। ଏନେଇ ସର୍ଭିସିଂ ସଣ୍ଟେର୍ ମ୍ୟାନେଜର୍ ସଞ୍ଜୀବ ଦାସ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/arrest.jpg)