ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳରେ ଥିବା ନିଶାଗ୍ରସ୍ତ ଯୁବକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଭୁବନେଶ୍ବର-କଟକ କମିସନରେଟ ପୁଲିସର ପ୍ରୟାସରେ ଡ୍ରିମ୍ସ(ଡି ଆଡକିସନ୍, ରିଫର୍ମେସନ୍ ଏବଂ ଏଣ୍ଟରପ୍ରିନ୍ୟୁରିଆଲ୍ ଆସିଷ୍ଟାନ୍ସ ଫର୍ ମେକିଂ ଏ ସେଫ୍ ସୋସାଇଟି) ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହର ମଧ୍ୟରେ ନିଶା ସେବନ ଦ୍ବାରା ବୃଦ୍ଧି ପାଉଥିବା ଅପରାଧକୁ ରୋକିବା। ଏହି ପ୍ରକଳ୍ପ ଦ୍ବାରା ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ବସ୍ତି ଓ ଶିକ୍ଷାନୁଷ୍ଠାନ ମାନଙ୍କରୁ ୪୦୦୦ ଯୁବକଙ୍କୁ ୪ ମାସ ମଧ୍ୟରେ ନିଶା ସେବନ ଅଭ୍ୟାସରୁ ମୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାଥମିକ ଭାବେ ୫୦ ଜଣ ନିଶା ସେବନକାରୀଙ୍କୁ ଏହି ସଂସ୍ଥା ଦ୍ୱାରା ନିଶାମୁକ୍ତ କରିବାର ପ୍ରୟାସ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପ୍ରଥମେ ସେମାନଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ ସହ ନିଜ ମନରେ ସଚେତନତା ସୃଷ୍ଟି ପାଇଁ ସେମାନଙ୍କୁ ମୂଲ୍ୟବୋଧ ଓ ନୈତିକ ଶିକ୍ଷା ପ୍ରଦାନ କରାଯିବ।
ଏହାସହ ଧନ୍ଦାମୂଳକ ଶିକ୍ଷା ସହ ବିଭିନ୍ନ ତାଲିମ ପ୍ରଦାନର କରାଯିବାର ବ୍ୟବସ୍ଥା କରାଯିବ। ବିଭିନ୍ନ ଅର୍ଥନୈତିକ ସଂସ୍ଥା ସହ ଯୋଗାଯୋଗ କରାଯାଇ ସେହି ଯୁବକମାନଙ୍କୁ ନିଜର ଦକ୍ଷତା ଭିତ୍ତିରେ ଉତ୍ପାଦନ କିମ୍ବା ଅନ୍ୟାନ୍ୟ ସେବା ଯୋଗାଇ ଅର୍ଥ ଉପାର୍ଜନ କରିବାର ପନ୍ଥା ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଗୋଟିଏ ସୁସ୍ଥ ସାମାଜିକ ଜୀବନ ଅତିବାହିତ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳବାସୀଙ୍କ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମ, ବିଭିନ୍ନ ସଭା ଓ ସେମିନାର ଆୟୋଜନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରକଳ୍ପ ବାବଦରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସର ଏହି ପ୍ରୟାସ ତଥା ଓଡିଶା ଖଣି ନିଗମର ସହଯୋଗିତା ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ କେୟାରଙ୍କ ମିଳିତ ଭାଗିଦାରୀରେ ଏହି ‘ଟିମ୍ ଡ୍ରିମ୍ସ’ ପ୍ରକଳ୍ପ ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/d564g65a465gdagd.jpg)