କୋଣାର୍କ ମନ୍ଦିରର ୨୦ଟି ଅଞ୍ଚଳରେ ଗବେଷଣାର ଆବଶ୍ୟକତା ରହିଛି

ଭୁବନେଶ୍ବର: କୋଣାର୍କ ମନ୍ଦିର ନିର୍ମାଣଶୈଳୀରେ ସର୍ବଧର୍ମ ସମନ୍ବୟ ପ୍ରତିଫଳିତ ହୋଇଥାଏ। ଏହାଦ୍ବାରା କିଭଳି ସାମାଜିକ ବନ୍ଧୁତା ବଜାୟ ରହିପାରିବ, ତାହା ଉପରେ ରାଜା ନରସିଂହଦେବ ଗୁରୁତ୍ବ ଦେଇଥିଲେ। ମାତ୍ର ପରବର୍ତୀ ସମୟରେ ସମାଜ ବୈଷ୍ଣବ, ଶୈବ ଓ ଶାକ୍ତ ସଂପ୍ରଦାୟରେ ବିଭକ୍ତ ହୋଇଯାଇଥିଲା। ତେଣୁ କୋଣାର୍କ ମନ୍ଦିରର ସୁରକ୍ଷା ଅତ୍ୟନ୍ତ ଜରୁରୀ। ମନ୍ଦିରର ଏମିତି ୨୦ଟି ଅଞ୍ଚଳ ରହିଛି, ଯାହା ଉପରେ ଗବେଷଣା ଜରୁରୀ। ଆଇଆଇଟି ମାଡ୍ରାସ୍ ପକ୍ଷରୁ ଯଦିଓ ଗବେଷଣା କରାଯାଉଛି, ମାତ୍ର ତାହା ୨/୩ଟି କ୍ଷେତ୍ରରେ। ତେଣୁ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ଗବେଷଣାର ଆବଶ୍ୟକତା ରହିଛି ବୋଲି ଆଜି କଳିଙ୍ଗ ହେରିଟେଜ୍ ପ୍ରିଜରଭେସନ୍ ଟ୍ରଷ୍ଟ (କେଏଚ୍‌ଏଫ୍‌ଟି) ପକ୍ଷରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି।

ଆଜି ଭ‌ାରତୀୟ ବିଦ୍ୟାଭବନରେ କେଏଚ୍‌ଏଫ୍‌ଟି ପକ୍ଷରୁ ‘କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କିତ ଅଜଣା ଗୌରବ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ‌ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ‌ କେଏଚ୍‌ଏଫ୍‌ଟିର ଅଧ୍ୟକ୍ଷ ଅନିଲ ଦେ, ଉପାଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଚ୍‌ଏଫ୍‌ଟିର ପ୍ରଫେସର୍‌ ରମାକାନ୍ତ ଜେନା, ପି.ଡି ଦାସ, ନମିତା ପଟ୍ଟନାୟକ, ଏସ୍‌.ଏସ୍‌ ବରାଳ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର