ତ୍ରିଶୁଳିଆ : ବାରଙ୍ଗ ଥାନା ଅଧୀନ ବେଣ୍ଟୁଆ ଗ୍ରାମରେ ବାପା ଗୁଳିରେ ପୁଅର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ଭୁବନେଶ୍ବରରୁ ସାଇଣ୍ଟିଫିକ୍ ଟିମ୍ ଆସି ହତ୍ୟାକାଣ୍ଡସ୍ଥଳରୁ ତଥ୍ୟ ସଂଗ୍ରହ କରିଛି। ଏସିପି ଚନ୍ଦନ ଘଡ଼େଇ, ବାରଙ୍ଗ ଥାନା ଆଇଆଇସି, ଗୋଡ଼ିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ହତ୍ୟାକାଣ୍ଡ ସ୍ଥାନରେ ପଡ଼ିଥିବା ରକ୍ତଛିଟା ସହ ବହୁ ପ୍ରମାଣ ସଂଗ୍ରହ କରିଛି ଟିମ୍। ସୂଚନାଯୋଗ୍ୟ ଗତକାଲି ବାଇଗଣ ତୋଳିବାକୁ ମନାକରିବାରୁ ଯଦୁମଣି ମୁଣ୍ଡା ପୁଅ ଶିବ ମୁଣ୍ଡାକୁ ଗୁଳି କରିଥିଲା। ଘଟଣାସ୍ଥଳରେ ଶିବର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ବାପ ଯଦୁମଣି ବନ୍ଧୁକ ଧରି ଫେରାର ହୋଇଯାଇଛି।
ବାପା ଗୁଳିରେ ପୁଅର ମୃତ୍ୟୁ ଘଟଣା: ବେଣ୍ଟୁଆ ଗୁଳିକାଣ୍ତସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
/sambad/media/post_attachments/wp-content/uploads/2021/09/saintific-team-tadant-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)