ୟୁଏସବିଏମରେ ଆଇଓଟି କର୍ମଶାଳା

ଚନ୍ଦ୍ରଶେଖରପୁର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ବ୍ୟବହାରିକ ଉପଯୋଗିତା ନେଇ ୟୁନାଇଟେଡ ସ୍କୁଲ ଅଫ ବିଜିନେସ୍ ମ୍ୟାନେଜମେଣ୍ଟ (ୟୁଏସ୍‌ବିଏମ୍‌)ରେ ଏକ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସେନସର କ୍ଲଡ ଓ ଆଇଓଟି ସମ୍ପର୍କିତ ଏହି କର୍ମଶାଳାରେ ଅନୁଷ୍ଠାନର ନିର୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ। ଅଧକ୍ଷ ସଞ୍ଜୀବ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା କାହ୍ନୁଚରଣ ସ୍ବାଇଁ ପ୍ରଯୁକ୍ତି ବିଦ୍ୟାର ପରିସର ଓ ଉପଯୋଗିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏଥିରେ କମ୍ପ୍ୟୁଟର ଓ ଆଇଓଟି ବିଷୟର ଶିକ୍ଷାବିତ୍‌, ଅଭିଜ୍ଞତା ସମ୍ପନ୍ନ ବକ୍ତାମାନେ ଯୋଗଦେଇ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ। ଏନ୍ଥମ ଗ୍ଲୋବାଲର ଅଧକ୍ଷ ମାନସ ପଟ୍ଟନାୟକ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସର ପ୍ରଫୁଲ୍ଲ କୁମାର ବେହେରା, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ମାନସରଞ୍ଜନ ପାତ୍ର, ବେଙ୍ଗାଲୁରୁ କ୍ରାୟୋନ ସଂସ୍ଥାର ରବି ପ୍ରସାଦ ପାଢ଼ୀ ଓ ଓଡ଼ିଶା ପ୍ରଯୁକ୍ତି ବିଦ୍ୟା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ସଂଜିତ କୁମାର ଦାଶ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ କ‌ୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର