କିଟ୍‌ରେ ଆପିଏଲ୍‌: ଫଟାଫଟ୍‌ କ୍ରିକେଟ୍‌ର ମଜା ନେଲେ ୮୦୦୦ରୁ ଊର୍ଧ୍ୱ ଦର୍ଶକ

ଦେବବ୍ରତ ପ୍ରଧାନ ହେଲେ ଲକି ବିଜେତା

ଚନ୍ଦ୍ରଶେଖରପୁର: ଡିଜେ ଗୀତର ତାଳେ ତାଳେ ଫଟାଫଟ୍‌ କ୍ରିକେଟ୍‌ର ମଜା। ଆଜି ରାଜଧାନୀରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ଆଇପିଏଲ୍‌ର ପ୍ରଥମ ପ୍ଲେଅଫ୍‌ ମ୍ୟାଚକୁ ବଡ଼ ପରଦାରେ ସିଧାସଳଖ ଦେଖିବାର ମଜା ନେଇଥିଲେ ପ୍ରାୟ ୮୦୦୦ରୁ ଊର୍ଧ୍ୱ ଦର୍ଶକ। ବିସିସିଆଇ ପକ୍ଷରୁ କିଟ୍‌ ସ୍ପୋର୍ଟ୍‌ସ କମ୍ପ୍ଳେକ୍ସ୍‌ରେ ହୋଇଥିବା ଏହି ମ୍ୟାଚ୍‌ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଦେୟମୁକ୍ତ ଥିବା ଏହି ଫ୍ୟାନ୍‌ ପାର୍କରେ ଆଇପିଏଲ୍‌ ମ୍ୟାଚ୍‌ର ମଜା ନେବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ମୁହଁରେ ଷ୍ଟିକର୍‌ ସହିତ ପ୍ରିୟ ଟିମ୍‌ର ଜର୍ସି ପିନ୍ଧି ଦର୍ଶକମାନେ ଷ୍ଟାଡ଼ିଅମ୍‌ ଭିତରକୁ ପ୍ରବେଶ କରିଥିଲେ। ଛୋଟ ପିଲାଙ୍କ ପାଇଁ ଗେମ୍‌ ଜୋନ୍‌ ସାଙ୍ଗକୁ ବିଭିନ୍ନ ଫୁଡ୍‌ର ମଜା ନେଇଥିଲେ ଦର୍ଶକ। ଷ୍ଟାଡିଅମ୍‌ ବାହାରେ ମଧ୍ୟ ଶତାଧିକ ଦର୍ଶକ ଏହି ମ୍ୟାଚ୍‌ର ମଜା ନେଇଥିଲେ। ଆଜିର ମ୍ୟାଚ୍‌ରେ ଦେବବ୍ରତ ପ୍ରଧାନ ଭାଗ୍ୟଶାଳୀ ଦର୍ଶକ ହେବା ସହିତ ଭିଭୋ ମୋବାଇଲ ପାଇଥିଲେ। ବିସିସିଆଇର ଅଧିକାରୀଙ୍କ ସମେତ କିଟ୍‌ର ବହୁ ଅଧିକାରୀ ଏହି ଫ୍ୟାନ୍‌ ପାର୍କକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର