ଭୁବନେଶ୍ୱର: ୟୁନିଟ-୯ ସ୍ଥିତ ଆର୍ସିସି ୟୁଜିୟୁପି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବୀୟ ମୂଲ୍ୟବୋଧ ସହିତ ସାଲିସ୍ ନକରି ଶିକ୍ଷା ଓ ଗବେଷଣା ଭଳି ମୂଳ ଲକ୍ଷ୍ୟ ହାସଲ ସକାଶେ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ। ଭୁବନେଶ୍ୱରର ଆଞ୍ଚଳିକ ଶ୍ରମ କମିସନର ତାପସ କୁମାର ପଣ୍ଡା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଏବଂ ଏମ୍ସର କର୍କଟ ରୋଗ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା ଓ ଭୁବନେଶ୍ୱର ମଣ୍ଡଳ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ର ସମିତିର ସଭାପତି ତଥା ବିଏମ୍ସିର ୨୯ ନମ୍ବର ୱାର୍ଡର କର୍ପୋରେଟର ଶେଖ୍ ନିଜାମ୍ଉଦ୍ଦିନ୍ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କନକ ମଞ୍ଜରୀ ଦେଈ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଆରସିସି ୟୁଜିୟୁପି ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ
/sambad/media/post_attachments/wp-content/uploads/2018/05/SCHOOL-Golden-Jubliee.jpg)