ଭୁବନେଶ୍ବର: ବୋର୍ଡ ପରୀକ୍ଷା ଫର୍ମପୂରଣ ପାଇଁ ଆଇଆର୍ସି ଭିଲେଜ୍ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ ଦିନ ଧରି ଦେଖାଦେଇଥିବା ଉତ୍ତେଜନା ଆଜି ଶାନ୍ତ ପଡ଼ିଛି। ନୂଆପଲ୍ଲୀ ଥାନା ପୁଲିସ୍ ଆଜି ଏହି ଘଟଣାରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧାରଣାରୁ ହଟାଇ ଦେଇଛି।
ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଶିକ୍ଷାର୍ଥୀ, ଅଭିଭାବକ ଓ ଛାତ୍ର ସଂଗଠନ ଏବିଭିପି ମିଳିତ ଭାବେ ସ୍କୁଲ୍ ଗେଟ୍ରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟର କୌଣସି କର୍ମଚାରୀ କିମ୍ବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ। ଯେଉଁମାନେ ସ୍କୁଲ ଭିତରକୁ ଯିବାକୁ ଚାହୁଥିଲେ, ଆନ୍ଦୋଳନକାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ତେଣୁ ବାଧ୍ୟ ହୋଇ ସ୍କୁଲ କର୍ତ୍ତୃପକ୍ଷ ନୂଆପଲ୍ଲୀ ଥାନା ପୁଲିସ୍ର ସହାୟତା ଲୋଡ଼ିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ତେବେ ଦିନ ପ୍ରାୟ ୧୧ଟା ବେଳକୁ ପୁଲିସ୍ ସେମାନଙ୍କୁ ବଳପୂର୍ବକ ଧାରଣାରୁ ଉଠାଇ ଦେଇଥିଲା।
ଫର୍ମପୂରଣ ପାଇଁ ସବୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିପାରେ
ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ନବମ ଫେଲ୍ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଫର୍ମପୂରଣ ପାଇଁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ କର୍ମଚାରୀ ଏହି ସୂଚନା ଦେଇଛନ୍ତି। ଆଇଆର୍ସି ଭିଲେଜ୍ ସରକାରୀ ହାଇସ୍କୁଲର ଏହି ଘଟଣାକୁ କେନ୍ଦ୍ର କରି ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/54547h9s8f7h98sfh798sf7h98sfhhfssfhfh.jpg)