ଚନ୍ଦ୍ରଶେଖରପୁର : ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ବିଭିନ୍ନ ବିଭାଗର ମିଳିତ ସହଭାଗୀତାରେ ଆଇଆର୍ସିଟିସି ପକ୍ଷରୁ ବିଭିନ୍ନ ଟୁର୍ ପ୍ୟାକେଜ୍ ଓ ଏଲ୍ଟିସି ଟୁର୍ କ୍ୟାମ୍ପର ଯୋଜନା କରାଯିବ। ଭାରତ ଦର୍ଶନ, ବିଏନ୍ଟିଓ୍ଵାଇଓ୍ଵାଇ ଟୁର୍ ପ୍ୟାକେଜ୍ ସହିତ ଆହୁରି ଅନେକ ଆକର୍ଷଣୀୟ ଟୁର୍ ଯୋଜନା ପ୍ରସ୍ତୁତ ପାଇଁ ଆଇଆର୍ସିଟିସି ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ ମତ ଦେଇଛନ୍ତି। ସଂସ୍ଥାର ଆଞ୍ଚଳିକ କାର୍ଯ୍ୟାଳୟ ସହିତ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ ସମୟରେ ଏପରି ମତ ରଖିଛନ୍ତି ଶ୍ରୀ ପଟ୍ଟନାୟକ। ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ସ୍ୱଚ୍ଛତା, ଜନତା ମିଲ୍ର ଉପଲବ୍ଧତା, ଦୂରଯାତ୍ରା ଟ୍ରେନ୍ଗୁଡ଼ିକରେ ପ୍ୟାଣ୍ଟ୍ରିକାର୍ ନଥିବାରୁ ଯାତ୍ରୀ ହଇରାଣ ହେଉଥିବା ବିଷୟକୁ ଗୁରୁତର ସହିତ ନେଇଥିଲେ। ମେଲ୍ ଏକ୍ସ୍ପ୍ରେସ୍ରେ ଆଞ୍ଚଳିକ ଖାଦ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏହି ଗସ୍ତ ସମୟରେ ଆଇଆର୍ସିଟିସିର ଆଞ୍ଚଳିକ ପ୍ରବନ୍ଧକ ସୁଦୀପ୍ତୋ ମୁଖାର୍ଜୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଆଇଆର୍ସିଟିସି ଭିଜିଲାନ୍ସ ମୁଖ୍ୟଙ୍କ ଷ୍ଟେସନ୍ ପରିଦର୍ଶନ
ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ ପ୍ରସ୍ତୁତ ଉପରେ ଗୁରୁତ୍ୱ
/sambad/media/post_attachments/wp-content/uploads/2018/04/irctc.jpg)