ସଜେଇ ହୋଇଛି ଭୁବନେଶ୍ୱର ଇସ୍କନ ମନ୍ଦିର: ଘରେ ବସି ଅନଲାଇନରେ ଠାକୁରଙ୍କ ଅଭିଷେକ ଦର୍ଶନ

ଭୁବନେଶ୍ୱର: ସଜେଇ ହୋଇଛି ଭୁବନେଶ୍ୱର ଇସ୍କନ ମନ୍ଦିର। ତିନିଠାକୁରଙ୍କ ସମେତ କୃଷ୍ଣ ବଳରାମଙ୍କ ଆକର୍ଷଣୀୟ ଶୃଙ୍ଗାର କରାଯାଇଛି। ରାଖୀ ପୂର୍ଣ୍ଣିମାରେ ଆଜି ବଳରାମଙ୍କ ପାଳନ ପାଇଁ ଏଭଳି ଭବ୍ୟ ପରିବେଶ ସୃଷ୍ଟି ହୋଇଛି। ଆଝି ଦିନର ମହତ୍ତ୍ୱ ଅନେକ ରହିଥିବା ବେଳେ ରାଖୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଝୁଲଣ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା ଓ ଗହ୍ମା ପୂର୍ଣ୍ଣିମା ତଥା ବଳରାମ ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରକ୍ଷାବନ୍ଧନ ପାଳନ ହେଉଛି।

ଟ୍ୱିନସିଟିରେ ମନ୍ଦିରଗୁଡ଼ିକ ଖୋଲିବାକୁ ଆଉ ଦିନଟିଏ ବାକିଥିବା ବେଳେ ଇସ୍କନ ପରିଚାଳନା କମିଟି ପକ୍ଷରୁ ମନ୍ଦିର ସେପ୍ଟେମ୍ବର ପହିଲାରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଖୋଲିନଥିବା କାରଣରୁ ବାହାର ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିନାହିଁ। ବଳରାମଙ୍କ ଜୟନ୍ତୀରେ ଘରେ ବସି ଅନଲାଇନରେ ଠାକୁରଙ୍କ ଅଭିଷେକ ଦର୍ଶନ କରିପାରିବେ। ଏଥିପାଇଁ ଇସ୍କନ ତରଫରୁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟ ରାଧା ଗୋପୀନାଥ ମନ୍ଦିରରେ ଗତ ୫ ଦିନ ଧରି ଚାଲିଥିବା ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରା ଉଦଯାପିତ ହେଉଅଛି। ଏହିମାସରେ ପାଳିତ ହେବାକୁ ଥିବା ଜନ୍ମାଷ୍ଟମୀ ତଥା ଇସ୍କନ ପ୍ରତିଷ୍ଠାତା ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ପାଇଁ ଇସ୍କନ ତରଫରୁ ପ୍ରତିଦିନ ନଗର କୀର୍ତ୍ତନ କାର୍ଯ୍ୟକ୍ରମ ଜାରିରହିଛି।

ସମ୍ବନ୍ଧିତ ଖବର