ବାଲିଅନ୍ତା/ବାଲିଅନ୍ତା ବଜାର: ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ମୁସଲମାନ ସାହି ନିକଟରେ ଏକ ସପ୍ତାହ ଧରି ଚାଲିଥିବା ଇସଲାମ କ୍ରିକେଟ କ୍ଲବ ଲିଗ୍ ରବିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବିବିସିସି ଅଟଳା ଓ ଏମଏମସିଟି ଗୋପାଳପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ବିବିସିସି ଅଟଳା ଟସ୍ ଜିତି ବ୍ୟାଟିଂ କରି ୧୦ ଓଭରରେ ୯୬ରନ ସଂଗ୍ରହ କରିଥିଲା। ଜବାବରେ ଗୋପାଳପୁର ନିର୍ଦ୍ଧାରିତ ଓଭରରେ ଦୁଇ ଉଇକେଟ ହରାଇ ୯୩ରନ କରିଥିଲା। ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ପ୍ରଯୋଜକ ତଥା ସମାଜସେବୀ ସତ୍ୟପ୍ରିୟ ବେହେରା ଯୋଗଦେଇ ଚାମ୍ପିଅନ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ପ୍ରିମିୟର ଲିଗ୍କୁ ଅଣ୍ଡିଲୋ ମୁସଲମାନ ସାହିର ମହମ୍ମଦ ହୁସେନ, ମିର୍ଜା ସଗରି, ଏସକେ ତର୍କିର, ଏସକେ ଅରମାନ ଓ ସେକ ସାହିଲ ପରିଚାଳନା କରିଥିଲେ।