ଭୁବନେଶ୍ୱର:ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଆଦିବାସୀ ମେଳା ସହରର ଅନ୍ୟତମ ପ୍ରମୁଖ ମେଳା ଭାବରେ ପରିଚିତ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଷାଠିଏରୁ ଊର୍ଦ୍ଧ୍ୱ ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଜାନୁଆରି ମାସରେ ଏହି ମେଳାର ଆୟୋଜନ କରାଯାଇଥାଏ। ମେଳା ପାଇଁ ବହୁ ମାସ ପୂର୍ବରୁ ଉଭୟ ବିଭାଗ ଓ ଭାଗ ନେଉଥିବା ଆଦିବାସୀମାନେ ପ୍ରସ୍ତୁତ କରିଥାନ୍ତି। ସହରବାସୀ ମଧ୍ୟ ପ୍ରାକୃତିକ ବନଜାତ ଦ୍ରବ୍ୟ, ମିଲେଟ୍, ଗ୍ରାମୀଣ ଉତ୍ପାଦ ପାଇବା ପାଇଁ ମେଳାକୁ ଅପେକ୍ଷା କରିରହିଥାନ୍ତି। ହେଲେ ଚଳିତ ବର୍ଷ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଶୋଚନୀୟ ରାସ୍ତା ମେଳା ପାଇଁ ବାଧକ ସାଜିଛି। ସାଧାରଣ ଲୋକ ସମେତ ପଡ଼ିଆକୁ ବିଭିନ୍ନ ସାମଗ୍ରୀ ଆଣି ଆସୁଥିବା ଗାଡ଼ି ପଶିବାରେ ଅସୁବିଧା ହେଉଛି।
Mao's fear is gone: ମାଓ ଭୟ ଦୂର, ସୁଧୁରୁନି ସ୍ଥିତି: ଖମ୍ବେସିକୁ ଅପହଞ୍ଚ ସରକାରୀ ଯୋଜନା
ୟୁନିଟ୍ ୧ ରାଜଧାନୀର ସବୁଠାରୁ ଜନବହୁଳ ଅଞ୍ଚଳ। ଅଞ୍ଚଳରେ ଏକ ନମ୍ୱର ହାଟଠାରୁ ଆରମ୍ଭ ସରକାରୀ ତଥା ବେସରକାରୀ ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ ଆଦି ରହିଛି। ହେଲେ ଅଞ୍ଚଳରେ ପାଖାପାଖି ୫ ମାସ ହେଲାଣି କେତେବେଳେ ଡ୍ରେନ୍ ପାଇଁ ତ କେତେବେଳେ କେବୁଲ ପାଇଁ ରାସ୍ତା ଖୋଳାଖୋଳି ଚାଲିଛି। ଗୋଟେ ପଟେ ଖୋଳାଖୋଳିକୁ ଅନ୍ୟ ପଟେ ରାସ୍ତାରେ ନିର୍ମାଣ ବର୍ଜ୍ୟବସ୍ତୁ ଗଦା ହୋଇଥିବାରୁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇପଡ଼ିଛି। ବିଶେଷ କରି ଆଦିବାସୀ ପଡ଼ିଆକୁ ୟୁନିଟ୍ ୬, ଶିଶୁଭବନ, ୟୁନିଟ୍ ୧ ଫୁଟବଲ ଏକାଡେମି ଆଦିକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଖାପ ଅବସ୍ଥାରେ ଅଛି। ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ ଓ ବିଏମ୍ସିର ନିୟମ ଥିଲେ ସୁଦ୍ଧା ରାସ୍ତାରେ ନିର୍ମାଣ ବର୍ଜ୍ୟ ଗଦା ହୋଇରହିଛି। ଏଥିପାଇଁ ଯାତାୟାତରେ ବାଧା ସୃଷ୍ଟି ହେଉଛି।
ଏସମ୍ପର୍କରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ସଚିନ ସାହୁ କହିଛନ୍ତି ଯେ ଆସନ୍ତା ଏକମାସମଧ୍ୟରେ ଟିପିସିଓଡିଏଲ୍ର କାର୍ଯ୍ୟ ସରିବ। ତା’ ପରେ ଆମେ ଏହି ରାସ୍ତା କାମ ଆରମ୍ଭ କରିବୁ। ଏ ସମ୍ପର୍କରେ କର୍ପୋରେଟର୍ ଆସିଆ ବେଗମ୍ କହିଛନ୍ତି ଯେ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବାରୁ ସେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆହୁରି କହିଛନ୍ତି ଯେ ନିର୍ମାଣ ବର୍ଜ୍ୟବସ୍ତୁ ମଧ୍ୟ ଖୁବ୍ଶୀଘ୍ର ହଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)