ବିନା ଡିଏଲ୍‌ରେ ବାଇକ୍ ଚଳାଇବା ମହଙ୍ଗା ପଡ଼ିଲା, ନାବାଳକକୁ ୨୬ ହଜାର ଜରିମାନା

ଭୁବନେଶ୍ବର: ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ୍‌ ଚଳାଇବା ବେଳେ ଜଣେ ନାବାଳକକୁ ଧରିଛନ୍ତି ଆର୍‌ଟିଓ। ମୋଟର ଯାନ ଆଇନ ଉଲ୍ଲଂଘନକୁ ନେଇ ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆରଟିଓ-୧ ପକ୍ଷରୁ ଚାଲିଥିବା ଚଢ଼ଉ ବେଳେ ସମ୍ପୃକ୍ତ ନାବାଳକ ଧରାପଡ଼ିବା ପରେ ଆଇନ ଅନୁଯାୟୀ ତାଙ୍କ ବାଇକ୍‌ ଜବତ କରାଯିବା ସହ ୨୫ ହଜାର ଟଙ୍କା ଜରିମାନା କରାଯାଇଛି।

ସେହିଭଳି ନାବାଳକ ପଛରେ ବସିଥିବା ସହଯାତ୍ରୀ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଅତିରିକ୍ତ ୧ ହଜାର ଟଙ୍କା ଜରିମାନା କରାଯାଇଛି। ନାବାଳକ ନାମରେ ଏଭଳି ମୋଟ ୨୬ ହଜାର ଟଙ୍କାର ଚାଲାଣ କଟାଯାଇଛି। ନାବାଳକ ଜଣକ ଭୀମଟାଙ୍ଗି ଅଞ୍ଚଳର ବୋଲି ଆର୍‌ଟିଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହେଲ୍‌ମେଟ୍‌ ଆଇନ କଡ଼ାକଡ଼ି ହେବା ପରେ ରାଜଧାନୀରେ ପୁଲିସ ଓ ଆର୍‌ଟିଓ ପକ୍ଷରୁ ଚେକିଂ ଜୋର୍‌ଦାର୍‌ ହୋଇଛି। ଆଉ ଆଇନ କଡ଼ାକଡ଼ି ହେବା ପରେ ଏଭଳି ନାବାଳକ ଧରାପଡ଼ିବା ଘଟଣା ଏହା ତୃତୀୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର