ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଦାବି ନେଇ ଆଜି ଅଲ ଓଡ଼ିଶା ସରକାରୀ ଆଇଟିଆଇ ପାର୍ଟ ଟାଇମ୍‌ ଗେଷ୍ଟ ଇନ୍‌ଷ୍ଟ୍ରକ୍ଟର୍‌ ଆସୋସିଏସନ୍‌ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ସଭାନେତ୍ରୀ ବିଶ୍ୱବନ୍ଦିତା ମହାନ୍ତି, ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ମାନବ ଶୃଙ୍ଖଳ ମାଷ୍ଟର କ୍ୟାଣ୍ଟିନ୍‌ ଛକ ଚାରି ପାଖରେ ଘେରି ରହିଥିଲା। ସଂଘର ଦାବି ମଧ୍ୟରେ ରହିଛି, ଦୀର୍ଘ ୪ବର୍ଷ ହେବ ସରକାରୀ ଆଇଟିଆଇଗୁଡ଼ିକରେ ବିଭିନ୍ନ ଗ୍ରେଡ୍‌ରେ ତାଲିମ ପ୍ରଦାନ ବାଧ୍ୟପ୍ରାପ୍ତ ହୋଇଛି। ପିଟିଜିଆଇ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ବାଧ୍ୟ ହୋଇ ପିଜିଟିଆଇମାନେ ମାନବ ଶୃଙ୍ଖଳା କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।