ଇଟିକିଲି ମିଟିକିଲି ବାର୍ଷିକୋତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ‘ଇଟିକିଲି ମିଟିକିଲି’ର ଚତୁର୍ବିଂଶତମ ବାର୍ଷିକୋତ୍ସବର ଉଦ୍‌ଯାପନୀ ସଂଧ୍ୟା ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ସଂଗୀତ ସୁରଭି’ରେ ଶିଶୁ କଣ୍ଠଶିଳ୍ପୀ ମନୀଷ କୁମାର, ତନୁଶ୍ରୀ, ନୌମିକା, ଆଦିତ୍ୟ, ଓମ୍‌ପ୍ରକାଶ, ସିଦ୍ଧିତ୍ସ୍ନା, ପୂଣ୍ୟତା, ଶରଣ୍ୟା, ଶାଶ୍ବତୀ, ନେହା ନିହାରିକା, ଆକାଂକ୍ଷା ଓ ଶୁଭ୍ରାଂଶୁ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତିଜ୍ଞା ପ୍ରିୟଦର୍ଶନୀ ପରିଡ଼ା ସଙ୍ଗୀତ ସୁରଭି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହା ପରେ ପରେ ନୃତ୍ୟ-ନିର୍ଝର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଶାଶ୍ବତୀ ନାରାୟଣୀ ସଂଯୋଜନା କରିଥିଲେ। ଏହା ପରେ ଆୟୋଜିତ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମକୁ ଜେନାମଣି ସଞ୍ଜୀବ କୁମାର ସଂଯୋଜନା କରିଥିଲେ। ଶେଷରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ୧୬୦ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସଭାପତି ସାହିତ୍ୟିକ ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମୁଖ୍ୟ ଆୟକର କମିସନର୍‌ ଶରତ କୁମାର ଦାଶ, ଅର୍ଥ ବିଭା‌ଗର ସ୍ବତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ବିଶ୍ବାଳ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଚିବ ଶରତ ନାୟକ, ସଂଯୋଜକ ଚିତ୍ତ ମହାପାତ୍ର, ମହ-ସଚିବ ଜୟପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର