ସାକା ଗୋକାଇ ପକ୍ଷରୁ ଇତିରାଣୀ ସମ୍ବର୍ଦ୍ଧିତ

ଭୁବନେଶ୍ବର: ଅନ୍ତର୍ଜାତୀୟ ଅନୁଷ୍ଠାନ ସାକା ଗୋକାଇ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ସେଣ୍ଟରଠାରେ ଆୟୋଜିତ ସମ୍ମିଳନୀରେ ଇତିରାଣୀ ସାମନ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଆଣି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ବୋଲି ଡ. ସାମନ୍ତ ନିଜ ବକ୍ତବ୍ୟରେ କହିଥିଲେ।

ନିଜ ଗାଁର ଉନ୍ନତି ସହିତ ଗ୍ରାମ୍ୟ ଅଧିବାସୀମାନଙ୍କ ଶିକ୍ଷା, ସାମାଜିକ ସୁରକ୍ଷା, କର୍ମ ନିଯୁକ୍ତି ଏବଂ ମହିଳା ସଶକ୍ତୀକରଣ ଆଦି କାର୍ଯ୍ୟ କରୁଥିବାରୁ ସମସ୍ତ ଅତିଥି ଓ ଆୟୋଜକ ତାଙ୍କର ପ୍ରଶଂସା କରିଥିଲେ। ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ସହ ଯୋଗ ଦେଇଥିବା ଫିଲ୍ମ ତାରକା ଦିୟା ମିର୍ଜା ମଧ୍ୟ ଡ. ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ ସମାଜ ପାଇଁ ସେ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର