ଭୁବନେଶ୍ୱର : ଯଦୁମଣି ଦାଶ ମେମୋରିଆଲ ଫାଉଣ୍ଡେସନ୍ ପକ୍ଷରୁ ଅଷ୍ଟମ ବାର୍ଷିକ ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ ଉତ୍ସବ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଉତ୍ସବରେ ବିଶିଷ୍ଟ ଗୀତିକବି ବିରଞ୍ଚି ନାରାୟଣ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ଜଗନ୍ନାଥ କୁଅଁର ଓ ଓଡ଼ିଶୀ ସଙ୍ଗୀତ ଗୁରୁ କେଶବ ଚନ୍ଦ୍ର ରାଉତଙ୍କୁ ‘ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ନୃତ୍ୟଶିଳ୍ପୀ ରୋହନ୍ ଓ ରୋଶନ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ପୁରୁଣା ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୁଡ଼ିକୁ ଏକତ୍ର କରି ଏକ ମନଛୁଆଁ ସଙ୍ଗୀତ କାର୍ଯ୍ୟକ୍ରମ ‘ସଙ୍ଗୀତ ବିଚିତ୍ରା’ ପରିବେଷିତ ହୋଇଥିଲା। ଏଥିରେ ନୃସିଂହ ପ୍ରସାଦ ଦାଶ, ଏନ୍.ଶ୍ରୀନିବାସ, ଇପ୍ସିତା ପଣ୍ଡା, ମୁନ୍ମୁନ୍ ପଟ୍ଟନାୟକ, ଦୁର୍ଗାଶ୍ରୀ ଷଡ଼ଙ୍ଗୀ, ନେହା ନିହାରିକା କର, ଚିରାଗ ପାଣିଗ୍ରାହୀ, ଶିବ ପ୍ରସାଦ ଷଡ଼ଙ୍ଗୀ ଏବଂ ବିଭୁବ୍ରତ ଦାଶ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅବନୀକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂସ୍ଥାପକ ନୃସିଂହ ପ୍ରସାଦ ଦାଶ ସଂଯୋଜନା କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ ଉପସ୍ଥାପନା କରିଥିଲେ।
ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ
/sambad/media/post_attachments/wp-content/uploads/2018/07/jadumani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)