ଭୁବନେଶ୍ବର: ଆୟସ ଅଲ୍ଲୀ ସ୍ମାରକୀ ଯଦୁପୁର କପ୍ କ୍ରିକେଟ୍ ପ୍ରତିଯୋଗିତାରେ ତମାଣ୍ଡୋ ଚତୁର୍ଥ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି। ଶନିବାର ଖେଳାଯାଇଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍ରେ ତମାଣ୍ଡୋ ୬ ୱିକେଟ୍ରେ ପାତ୍ରପଡ଼ାକୁ ହରାଇଛି। ଟସ୍ ହାରିଥିବା ପାତ୍ରପଡ଼ା ୮ ୱିକେଟ୍ ବିନିମୟରେ ୧୯୧ ରନ୍ କରିଥିଲା।
ମନୋଜ କୁମାର ମୋହନା ୪୭, ଅମନଜୀତ ପାଟଶାଣୀ ୪୫ ଓ ସମ୍ବିତ ରଂଜନ ଦାସ ୪୩ ରନ୍ କରିଥିଲେ। ୧୯୨ ରନ୍ର ଲକ୍ଷ୍ୟକୁ ତମାଣ୍ଡେ ୧୬ ଓଭରରେ ୪ ୱିକେଟ୍ ହରାଇ ହାସଲ କରିଥିଲା। ପ୍ରୀତମ୍ ଜେନା ୪୮, ଏବି ଦୀପକ ୪୫ ରନ୍ କରି ଦଳକୁ ଜିତାଇଥିଲେ। ପ୍ରୀତମ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଦୀପ କୁମାର ନାୟକ ଓ ଏମ୍ଡି ଜହିରଉଦ୍ଦିନ୍ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍କୁ ସୟଦ ମାସୁକ ଅଲ୍ଲୀ, ଶେଖ ରକାବତ୍ ଓ ରଶ୍ମୀରଂଜନ ପାତ୍ର ପରିଚାଳନା କରିଥିଲେ।