ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦୁଇ ବଡ଼ଭାଇଙ୍କୁ କିସ୍‌ରେ ପଢ଼ିବା ସୁଯୋଗ

ଚନ୍ଦ୍ରଶେଖରପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କନ୍ଧମାଳ ଫିରିଙ୍ଗିଆର ଭୂୟାଁ କହଁରଙ୍କ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କର ଦୁଇ ବଡ଼ ଭାଇ ଦୈତ୍ୟ କହଁର ଓ ଅଜିତ କୁମାର କହଁର ‘କିସ୍‌’ରେ ନାମ ଲେଖାଇଛନ୍ତି। ‘କିଟ୍‌’ ଓ ‘କିସ୍‌’ ର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କଟକ ଏସ୍‌.ସି.ବି ମେଡିକାଲ୍‌କୁ ଦେଖିବାକୁ ଯିବା ସମୟରେ ସେମାନଙ୍କ ପିତା ଭୁୟାଁ କହଁର ତାଙ୍କ ଦୁଇ ବଡ ପୁଅ ଅଜିତ ଓ ଦୈତ୍ୟଙ୍କୁ ‘କିସ୍‌’ ରେ ପଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ଡ. ସାମନ୍ତ ମଧ୍ୟ ଉଭୟଙ୍କର ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଳନ ମୁତାବକ ‘କିସ୍‌’ରେ ପିଲା ଦୁହିଁଙ୍କର ନାମ ଲେଖାଯାଇଛି। ନାମ ଲେଖା ପରେ ଡ. ସାମନ୍ତଙ୍କୁ ଦେଖା କରି ଭୂୟାଁ କହଁର ଖୁସି ବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର