ଦିନିକିଆ ରିମାଣ୍ଡରେ ଜଗା, ବଡ଼ବଡ଼ିଆଙ୍କ ଗୁମର ଫିଟିବ

ଭୁବନେଶ୍ୱର : ଅଟୋରୁ ବୋମା ଜବତ ଘଟଣାରେ ଗିରଫ ଅଟୋଚାଳକ ଜଗା ରେଡ୍ଡୀକୁ ଦିନିକିଆ ରିମାଣ୍ଡରେ ଆଣିଛି କ୍ୟାପିଟାଲ ଥାନା ପୁଲିସ। ତାକୁ ମାରାଥନ ଜେରା ଆରମ୍ଭ ହୋଇଛି। ଜଗା ସହ ବହୁ ବଡ଼ବଡ଼ିଆଙ୍କ ସମ୍ପର୍କ ଥିବାରୁ ଏବେ ଗୁମର ଫିଟିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ପୁଲିସ ପାଇଥିବା ତଥ୍ୟ ସମ୍ପର୍କରେ ମୁହଁ ଖୋଲୁନାହିଁ। ବଡ଼ବଡ଼ିଆଙ୍କ ଭିତରେ ନେତା, ଅଧିକାରୀ ଓ ଶିଳ୍ପପତି ଥିବାରୁ ସେମାନଙ୍କ ନାମ ପଦାକୁ ଆସିବା ଭୟରେ ଜଗାର ବୟାନକୁ ଯଥାସମ୍ଭବ ଗୋପନ ରଖିବାକୁ ଉଦ୍ୟମ ହେଉଛି।

୨୦ ତାରିଖ ଅପରାହ୍‌ଣରେ ମାଷ୍ଟର୍‌କ୍ୟାଣ୍ଟିନ୍‌ ଛକରେ ଛିଡ଼ା ହୋଇଥିବା ଏକ ଅଟୋ‌ରୁ କ୍ୟାପିଟାଲ ଥାନା ପୁଲିସ ୪ଟି ବୋମା ଜବତ କରିଥିଲା। ଏହି ଘଟଣାରେ ଜଗାକୁ ଗିରଫ କରାଯାଇଥିଲା। ବୋମା ରଖିବା ପଛରେ ଦେହବେପାର ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଦେହ ବେପାରରେ ଆଉ ଏକ ଗୋଷ୍ଠୀ ତା’ର ଶତ୍ରୁ ଭାବରେ ଛିଡ଼ା ହୋଇଥିବାରୁ ସେ ତାକୁ ନିପାତ କରିବା ପାଇଁ ବୋମା ରଖିଥିବା ଜଣାପଡ଼ିଥିଲା। ସେ ବ୍ୟବହାର କରୁଥିବା ମୋବାଇଲ ଜବତ ହେବା ପରେ ଏଥିରୁ ଅନେକ ତଥ୍ୟ ପଦାକୁ ଆସିଥିଲା। ଜଗା କେତେକ ବଡ଼ବଡ଼ିଆଙ୍କ ସହ ଯୋଗାଯୋଗରେ ଥିଲା।

ସମ୍ବନ୍ଧିତ ଖବର