ଭୁବନେଶ୍ୱର : ନିତି ଆୟୋଗର ସିଭିଲ ସୋସାଇଟି ଓ୍ଵାର୍କିଂ କମିଟି ସଦସ୍ୟ ଭାବେ ଓଡ଼ିଶାରୁ ସମାଜସେବୀ ଶ୍ରୀ ଜଗଦାନନ୍ଦଙ୍କୁ ଚୟନ କରାଯାଇଛି। ଜଣେ ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ପରିଚିତ ଜଗଦାନନ୍ଦ ପୂର୍ବରୁ ରାଜ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିବା ସହ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରହିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସିଓ୍ଵାଇଏସ୍ଡି ଦେଶର ଏକ ପ୍ରମୁଖ ସାମାଜିକ ସଂସ୍ଥାନ ଭାବେ ଖ୍ୟାତି ଲାଭ କରିଛି। ଦେଶର ବିକାଶ ଏବଂ ଯୋଜନାର ନୀତି ନିର୍ଧାରଣ ପାଇଁ ସରକାରଙ୍କ ସର୍ବୋଚ୍ଚ ଉପଦେଷ୍ଟା ସଂସ୍ଥାନ ହେଉଛି ନିତି ଆୟୋଗ। ଆୟୋଗ ପ୍ରଥମ ଥର ପାଇଁ ଦେଶର ବଛାବଛା ସାମାଜିକ ସଂଗଠନ ଏବଂ ଏପରି ସଂଗଠନ ସହିତ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କମିଟିରେ ସାମିଲ କରାଯାଇଛି।
ଜଗଦାନନ୍ଦ ହେଲେ ନିତି ଆୟୋଗର ଷ୍ଟାଣ୍ଡିଂ କମିଟି ସଦସ୍ୟ
/sambad/media/post_attachments/wp-content/uploads/2018/03/Jagadananda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)