ବସ୍ତି ଉଚ୍ଛେଦ ନୋହିଲା, ମନ୍ଦିର ଭାଙ୍ଗି ଫେରିଲେ

ଭୁବନେଶ୍ୱର: ନୂଆପଲ୍ଲୀସ୍ଥିତ କଳିଙ୍ଗ ଷ୍ଟାଡିୟମ ଗେଟ୍‌ ନଂ-୬ ନିକଟରେ ଥିବା ଜଗନ୍ନାଥ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ଯୋଗୁଁ ବିଡିଏ ଓ ବିଏମ୍‌ସି କର୍ତୃପକ୍ଷଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।

ସୂଚନା ମୁତାବକ, ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମ ଗେଟ୍‌ -୬ରେ ଥିବା ବସ୍ତି ଉଚ୍ଛେଦ ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତେବେ ଆଜି ବିଡିଏ, ବିଏମ୍‌ସି କର୍ତୃପକ୍ଷ ଓ ପୁଲିସ ବସ୍ତି ଉଚ୍ଛେଦ ପାଇଁ ଆସିଥିବା ବେଳେ ହଠାତ୍‌ ଶହେରୁ ଊର୍ଦ୍ଧ୍ୱ ବସ୍ତି ଲୋକ ଠେଙ୍ଗା ବାଡ଼ି ଧରି ଘେରି ଯାଇଥିଲେ। ଏମିତିକି ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଘଟଣାସ୍ଥଳରେ ଏସିପି କିଶୋର ମୁଣ୍ଡ ଓ ଆଇଆଇସି ଉମାକାନ୍ତ ପ୍ରଧାନ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ତେବେ ସେଠାରେ ଥିବା ଏକ ଜଗନ୍ନାଥ ମନ୍ଦିର ଭାଙ୍ଗି କର୍ତୃପକ୍ଷ ଫେରିଥିଲେ। ପୂର୍ବରୁ ମଧ୍ୟ ବସ୍ତି ଉଚ୍ଛେଦ ପାଇଁ ବିଡିଏ ଓ ବିଏମ୍‌ସି କର୍ତୃପକ୍ଷ ଯାଞ୍ଚ ସମୟରେ ଏଭଳି ପରିସ୍ଥିତି ଉପୁଜିଥିଲା। ଆଉ ବିନା ଯାଞ୍ଚରେ ଫେରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର