ଭୁବନେଶ୍ୱର: ‘ବଡ଼ଠାକୁର ହେ ବେଳ ଆସି ଶେଷ ହୋଇଲା’, ‘କାଳିଆ ସୁନା କିଛି ମୋର ନାହିଁ’...। ଏମିତି ଅନେକ ଭକ୍ତିଭରା ଗୀତ ବାଜି ଉଠୁଥିଲା ପ୍ରେକ୍ଷାଳୟରେ। ଉପସ୍ଥିତ ଶ୍ରୋତାମାନେ ଭକ୍ତିରେ ତଲ୍ଲୀନ ହୋଇ ଯାଇଥିଲେ। ଅବସର ଥିଲା ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’। ତିନି ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ରାମ-ଲକ୍ଷ୍ମଣ ବେହେରା, ମହାପାତ୍ର ମିନତି ଭଞ୍ଜ, ସୁବାସ ଦାସ, ସୁଜାତା ପଣ୍ଡା, ରବି ନାରାୟଣ ଦାସ, ପରାଶକ୍ତି ସୁଭଦ୍ରିକା, ଲତା ଘୋଷ, ଦିଲ୍ଲୀପ କୁମାର ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ ଓ କେଶବ ଚନ୍ଦ୍ର ରାଉତ ପ୍ରମୁଖ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରିଥିଲେ। ସଭା ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ଧନ୍ୟବାଦ ଦେଇଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ।
ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’
/sambad/media/post_attachments/wp-content/uploads/2018/07/m23-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)