‘ପଦ୍ମ’କୁ ପର କଲେ ଜଗନ୍ନାଥ ! ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର:  ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ବ୍ୟକ୍ତଗତ କାରଣରୁ  ଦଳପାଇଁ ସମୟ ଦେଇପାରୁ ନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଛନ୍ତି ଜଗନ୍ନାଥ । ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ । ତେବେ ହଠାତ୍ କାହିଁକି ବିଜେପିକୁ ବାଏ ବାଏ କଲେ .ସେ ଏ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ ଭୁବନେଶ୍ୱର ସାଂଗଠନର ଦାୟିତ୍ୱ ଜଗନ୍ନାଥଙ୍କୁ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳ ବାବୁ ସିଂଙ୍କୁ ଦାୟିତ୍ୱ ଦେଇଛି । ଏହି ଚୟନ ନେଇ ଜଗନ୍ନାଥ ପ୍ରଧାନ ଅସନ୍ତୁଷ୍ଟ ଥିବା ମଧ୍ୟ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଏହି କାରଣରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ଅନୁମାନ କରାଯାଉଛି । କିନ୍ତୁ ଜଗନ୍ନାଥ ରାଜ୍ୟ ବିଜେପି ସଭାପତିଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର