ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା କରିବା ପାଇଁ ନୀଳାଦ୍ରିମଣ୍ଡପରେ ବିଦ୍ୟମାନ। ଭକ୍ତକୁ ଲୀଳାରେ ଆନନ୍ଦ ବିତରଣ କରିବା ସହିତ ଲୋକଶିକ୍ଷା ପ୍ରଦାନ କରିବାରେ ସେହି କୋଟି ଜଗତର ନାଥ ଧୁରନ୍ଧର। ତାଙ୍କ ଲୀଳାରେ ଉଭୟ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ଭରି ରହିଛି ବୋଲି ଭଞ୍ଜ ଭାରତୀ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଶ୍ରୀଜଗନ୍ନାଥ ଚେତନା ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଲୀଳାମୟ ନୀଳାଦ୍ରୀଶ’ରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭଞ୍ଜ ଭାରତୀର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଉଦ୍ଘାଟକ ଭାବେ ଦିବ୍ୟ ଜୀବନ ସଂଘର ସ୍ୱାମୀ ଶ୍ରୀଜଗନ୍ନାଥାନନ୍ଦଜୀ ଯୋଗ ଦେଇଥିଲେ। ଏଥିରେ ଉଚ୍ଚନ୍ୟାୟାଳୟର ବିଚାରପତି ପ୍ରମଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତିର ଉଚ୍ଚାଙ୍ଗ ଆଦର୍ଶଗତ ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ଉଦାର-ଭାକ୍ତିକ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ। ଭଞ୍ଜ ଭାରତୀର ସମ୍ପାଦକ କୃଷ୍ଣକେଶବ ଷଡ଼ଙ୍ଗୀ ମହାପ୍ରଭୁଙ୍କ ଲୀଳାବିଳାସର ଯଥାର୍ଥ ତାତ୍ପର୍ଯ୍ୟ ଓ ଲୋକଶିକ୍ଷା ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏହି ଅବସରରେ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭିଏସଏସନଗରସ୍ଥିତ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନକୁ ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଜଗନ୍ନାଥ ଜଣାଣ ଓ ଶ୍ରୀଗୀତଗୋବିନ୍ଦମ୍ ପରିବେଷିତ ହୋଇଥିଲା। ଅନୁଷ୍ଠାନର କୋଷାଧ୍ୟକ୍ଷ ବିଜୟା ମିଶ୍ର, ବରିଷ୍ଠ ସଦସ୍ୟ ପବିତ୍ର ମୋହନ ସାହୁ, ବେଣୁଧର ଦାସ ଓ ପ୍ରାଣବନ୍ଧୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ ଓ ଭଞ୍ଜଭାରତୀର ଉପସଭାପତି ମିଲନ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନକୁ ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ
/sambad/media/post_attachments/wp-content/uploads/2019/07/Untitled-10-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)