ଭୁବନେଶ୍ବର: ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଜଣେ ଯୁବତୀ ନିଜ ଜଙ୍ଘରେ ଟାଟୁ ଆକାରରେ ଆଙ୍କି ଫଟୋ ଭାଇରାଲ୍ କରିଛନ୍ତି। ମହାପ୍ରଭୁଙ୍କ ମୁହଁ ଜଣେ ଯୁବତୀଙ୍କ ଗୋଡ଼ରେ ଅଙ୍କା ହୋଇଥିବା ଦେଖିବା ପରେ କୋଟି କୋଟି ଓଡ଼ିଆଙ୍କ ଭାବାବେଶକୁ ଆଘାତ ପହଞ୍ଚିଛି। ତେଣୁ ସୁବ୍ରତ ମହାନ୍ତି ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଏକ ଷ୍ଟୁଡିଓରେ ଚଢ଼ଉ କରିଥିଲା। ମାତ୍ର ଚଢ଼ଉ ପୂର୍ବରୁ ମାଲିକ କୌଣସି ସୂତ୍ରରୁ ଜାଣି ପାରି ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଚାଲିଛି। ରକି ଟାଟୁଜ୍ ନାମକ ଏକ ଷ୍ଟୁଡିଓର ଇନ୍ଷ୍ଟା ଷ୍ଟୋରିରେ ଜଣେ ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତ୍ର ଥିବା ଫଟୋ ଭାଇରାଲ୍ ହୋଇଥିଲା। ଯୁବତୀଜଣକ ବିଦେଶିନୀ ଭଳି ଜଣାପଡ଼ୁଛନ୍ତି। ରକି ଷ୍ଟୁଡିଓ ପକ୍ଷରୁ ତାଙ୍କ ଜଙ୍ଘରେ ଏହି ଟାଟୁ କରାଯାଇଛି ବୋଲି ସ୍ପଷ୍ଟ ହୋଇଛି।
ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ
ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଜଣେ ଯୁବତୀ ନିଜ ଜଙ୍ଘରେ ଟାଟୁ ଆକାରରେ ଆଙ୍କି ଫଟୋ ଭାଇରାଲ୍ କରିଛନ୍ତି। ମହାପ୍ରଭୁଙ୍କ ମୁହଁ ଜଣେ ଯୁବତୀଙ୍କ ଗୋଡ଼ରେ ଅଙ୍କା ହୋଇଥିବା ଦେଖିବା ପରେ କୋଟି କୋଟି ଓଡ଼ିଆଙ୍କ ଭାବାବେଶକୁ ଆଘାତ ପହଞ୍ଚିଛି।
/sambad/media/media_files/2025/03/03/3sQLqBDww3AFqDW1SEIO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)