ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବମିଖାଲ ଓ ରସୁଲଗଡ଼ ଗାଁରେ ଘର ଘର ବୁଲି ଭୋଟ୍ ମାଗିଛନ୍ତି। ଜଗନ୍ନାଥ ନିଜର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ବମିଖାଲ ଦୁର୍ଗାମଣ୍ଡପ ଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହାପରେ ସେ ବମିଖାଲ ଗାଁରେ ଘରକୁ ଘର ବୁଲିଥିଲେ। ପରେ ସେ ରସୁଲଗଡ଼ ଓ ଶବର ସାହିରେ ପଦଯାତ୍ରା କରିଥିଲେ। ଏହି ଅବସରରେ ଜଗନ୍ନାଥ କହିଛନ୍ତି, ‘‘ଏଭଳି ସ୍ନେହ ଓ ଆଦର ପାଇ ମୁଁ ବମିଖାଲ ଓ ରସୁଲଗଡ଼ବାସୀଙ୍କ ନିକଟରେ ଋଣୀ ହୋଇ ରହିବି। ଏହି ଦୁଇ ଗାଁ ମୋର ପଡ଼ୋଶୀ ଗାଁ। ଏଠାକାର ଲୋକଙ୍କ ସହ ମୋର ପିଲାଦିନରୁ ସମ୍ପର୍କ। କେବଳ ଭୌଗୋଳିକ ମାନଚିତ୍ରକୁ ବାଦ୍ ଦେଲେ ସାମାଜିକ, ପାରିବାରିକ ଓ ସାଂସ୍କୃତିକ ମାପଦଣ୍ଡରେ ରସୁଲଗଡ଼ ଓ ବମିଖାଲର ମୁଁ ହେଉଛି ପ୍ରକୃତ ଗାଁ ପୁଅ। ଦୁଇ ଗ୍ରାମବାସୀ ମୋତେ ଗାଁ ପୁଅ ଭାବେ ନିର୍ବାଚନରେ ଜିତାଇବେ ବୋଲି ମୋର ବିଶ୍ବାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhhsfhfhfhf.jpg)