ଭୁବନେଶ୍ୱର: ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି। ସେ ନୀଳାଦ୍ରି ବିହାର ସେକ୍ଟର-୫ସ୍ଥିତ ପ୍ଲଟ୍ ନମ୍ବର ୪୧୫ ନିବାସୀ ଅଜୟ କୁମାର ନାୟକଙ୍କ ଘରେ ରାତ୍ରିଯାପନ କରିବେ ବୋଲି ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଅପରାହ୍ଣ ୪ଟାରେ ପୁରୀରୁ ବାହାରି ନୀଳାଦ୍ରି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ସହ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଆଦିତ୍ୟ ବାହିନୀ, ଭୁବନେଶ୍ୱର ଶାଖାର ସଂପାଦକ ଶୁଭେନ୍ଦୁ ଦାସ ଓ ସମ୍ପର୍କ ସଚିବ ଜ୍ଞାନଭୂଷଣ ଗୁପ୍ତା ସୂଚନା ଦେଇଛନ୍ତି। ତେବେ ଜଗଦ୍ଗୁରୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀ ନାୟକଙ୍କ ବାସଭବନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସେଠାରେ ବନ୍ଧୁମିଳନ, ଭଜନକୀର୍ତନ ଓ ପ୍ରସାଦସେବନର ଆୟୋଜନ ହେଉଛି। ତେବେ ଜଗଦ୍ଗୁରୁଙ୍କର ଏହି ରହଣି କାର୍ଯ୍ୟକ୍ରମକୁ ଗୋବର୍ଦ୍ଧନ ମଠର କାର୍ଯ୍ୟକ୍ରମ ପ୍ରମୁଖ ରୋହିତ ଦାଶ ଓ ସୌରୀରଞ୍ଜନ ପଣ୍ଡା ପରିଚାଳନା କରିବେ। ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।
ଆଜି ଆସୁଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ
/sambad/media/post_attachments/wp-content/uploads/2018/06/SANKARA.jpg)