ଭୁବନେଶ୍ୱର: ଜଗତୀକରଣ ଏକ ପକ୍ରିୟା। ଏହାର ମୂଳ ଆଧାର ହେଉଛି ଦେଶ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ। ଜଗତୀକରଣର ଉଭୟ ସୁପ୍ରଭାବ ଓ କୁପ୍ରଭାବ ରହିଛି। ତେବେ ଏହାର ପ୍ରଭାବରେ ଆମେ ଆମ କଳା, ସଂସ୍କୃତି ଓ ପରମ୍ପରାକୁ ଭୁଲିଯିବା ଉଚିତ୍ ନୁହେଁ। ଆଧୁନିକତା ଓ ପରମ୍ପରା ମଧ୍ୟରେ ଭାରସାମ୍ୟ ରକ୍ଷା କରି ଆଗେଇବା ଉଚିତ୍ ବୋଲି କହିଛନ୍ତି ସଂସ୍କୃତି ଗବେଷକ ତଥା ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଜଗତୀକରଣ ଓ ସାଂସ୍କୃତିକ ବିବର୍ତନ ଧାରା’ ଉପରେ ଏଭଳି ବକ୍ତବ୍ୟ ରଖିଛନ୍ତି ଶ୍ରୀ ସେନାପତି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ନିର୍ଦେଶକ ବିଜୟ କୁମାର ନାୟକ ଅତିଥିଙ୍କ ବକ୍ତବ୍ୟର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
ସଂସ୍କୃତି ଚର୍ଚ୍ଚା: ଜଗତୀକରଣ ପ୍ରଭାବରେ ସଂସ୍କୃତିକୁ ଭୁଲିବା ଉଚିତ ନୁହେଁ
/sambad/media/post_attachments/wp-content/uploads/2018/07/m19-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)