ଭୁବନେଶ୍ବର : ଜେଲ୍ଗୁଡ଼ିକରେ ନିଶାଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିଶାଡ଼ିଆ ଜେଲ୍ରେ ପହଞ୍ଚିବା ପରେ ଉତ୍ପାତ କରୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହେଉଛି। ଏଣୁ ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ତଥା ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟାକୁ ସମାଧାନ କରିବା ପାଇଁ ଆଜି କଟକ ରେଞ୍ଜ୍ ଅଧୀନସ୍ଥ ୩୦ ଜେଲ୍ରୁ ୩୦ ଫାର୍ମାସିଷ୍ଟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଝାରପଡ଼ା ସ୍ବତନ୍ତ୍ର ଜେଲ୍ ପରିସରରେ ରାଜ୍ୟର ବଡ଼ବଡ଼ ହସ୍ପିଟାଲରୁ ଡାକ୍ତରମାନେ ଯୋଗ ଦେଇ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ମାନସିକ ରୋଗୀଙ୍କୁ କାଉନ୍ସେଲିଂ ପାଇଁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କ ପରିଚାଳନାରେ ଏମ୍ସର ସହକାରୀ ପ୍ରଫେସର ଡା. ଦେବାଶିଷ ଆଚାର୍ଯ୍ୟ, ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗ ପ୍ରଫେସର ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, କଟକ ସେଣ୍ଟ୍ରାଲ୍ ଜେଲ୍ର ବରିଷ୍ଠ ମାନସିକ ରୋଗ ଚିକିତ୍ସକ ଡ. ଲକ୍ଷ୍ମୀଧର ସାଥୁଆ ମହାପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାନସିକ ରୋଗ ପରାମର୍ଶଦାତା ଡ. ଆଲୋକ ଜ୍ୟୋତି ସାହୁ, କମ୍ୟୁନିଟି ଫାଉଣ୍ଡେସନ ସିଇଓ ଶ୍ରୀହର୍ଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ନିଶାଡ଼ିଙ୍କ ପାଇଁ ଜେଲ୍ ଫାର୍ମାସିଷ୍ଟଙ୍କୁ ପ୍ରଶିକ୍ଷଣ
/sambad/media/post_attachments/wp-content/uploads/2019/12/JAIL-1577605543.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)