ପୁରୁଣା ଭୁବନେଶ୍ୱର : ଜଳର ସଂରକ୍ଷଣ କରାଯାଉ ନାହିଁ କି ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦିଆଯାଉନି। ଏହା ପ୍ରତିବାଦରେ ଆଜି ଜଳ ଦିବସରେ ଜଳରେ ବୁଡ଼ି ଜଳ ସତ୍ୟାଗ୍ରହ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ କେଦାର ଗୌରୀକୁଣ୍ଡରେ ପଶି ଏଭଳି ଅଭିନବ ପ୍ରତିବାଦ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଐତିହ୍ୟସଂପନ୍ନ କେଦାର-ଗୌରୀ କୁଣ୍ଡକୁ ଅଣଦେଖା କରାଯାଉଛି। ପ୍ରଶାସନର ଅପାରଗତା ଯୋଗୁ ଏହି ଜଳର ଉତ୍ସ ନଷ୍ଟ ହେଉଥିବା ସେମାନେ କହିଛନ୍ତି। ମଞ୍ଚର ସଭାପତି ଭୀଷ୍ମ ନାରୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରୋଜିନା ମିଶ୍ର, ସ୍ୱପ୍ନାରାଣୀ ସାମଲ, ନିରୁପମା ସାହୁ, ରୀନା ସାହୁ, ସୁଲତା ସାହାଣୀ, ବିଷ୍ଣୁପ୍ରିୟା ସାହୁ ଓ ବହୁ ସଭ୍ୟ ସାମିଲ ହୋଇଥିଲେ।
କେଦାର-ଗୌରୀ କୁଣ୍ଡରେ ଜଳ ସତ୍ୟାଗ୍ରହ
/sambad/media/post_attachments/wp-content/uploads/2018/03/lingaraj-bikhov.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)