ଶାସ୍ତ୍ରୀୟ ମହୋତ୍ସବ ‘ଯାମିନୀ-୨୦୧୮’

ଭୁବନେଶ୍ବର: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତିକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ କାର୍ଯ୍ୟରତ ‘ସ୍ପିକ୍‌ମାକେ’ ଅନୁଷ୍ଠାନ ପକ୍ଷରୁ ଆଜି ଶାସ୍ତ୍ରୀୟ ମହୋତ୍ସବ ‘ଯାମିନୀ-୨୦୧୮’ ଆରମ୍ଭ ହୋଇଛି। ସ୍ଥାନୀୟ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁ‌ଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ କିରଣ ସେଠ୍, ଅଧ୍ୟକ୍ଷ ଅରୁଣ ସାହା ଓ ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପଦ୍ମବିଭୂଷଣ ପଣ୍ଡିତ ଭିକୁବିନାୟକରାମ୍‌ ଘଟମ୍‌ ବାଦ୍ୟ ଯନ୍ତ୍ରରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ସିତାରରେ ପୂର୍ବାୟନ ଚାଟାର୍ଜୀ, ସାରଙ୍ଗୀରେ ଉସ୍ତାଦ ସବିର ଖାନ୍‌ ଓ ଉସ୍ତାଦ ରାଜା ମିଆଁ, ବିଦୂଷୀ ଭିଡ଼େ ଦେଶପାଣ୍ଡେ ହିନ୍ଦୁସ୍ତାନ୍‌ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ସୁର ଓ ତାଳର ଏକ ଅପୂର୍ବ ସଙ୍ଗମରେ ଉପସ୍ଥିତ ସମସ୍ତ ଶ୍ରୋତା ବିମୋହିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟା ୭ଟା ୩୦ରୁ ଆରମ୍ଭ ହୋଇ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିବ। ସ୍ବାଭିମାନ୍‌ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବବିତା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶୁଭା ଦାସ ଓ ସିଦ୍ଧେଶ୍ବର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର