ଜନକ ଦେବୀଙ୍କ ପରଲୋକ

ଭୁବନେଶ୍ୱର : ପୁରୁଣା ଭୁବନେଶ୍ବର ନିବାସୀ ଜନକ କୁମାରୀ ଦେବୀଙ୍କ ଗତ ୧୯ ତାରିଖ ମଧ୍ୟ ରାତିରେ ପରଲୋକ ହୋଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେ ପୁରାତନ ଜମିଦାର ଖୋର୍ଦ୍ଧା ମଳିପଡ଼ାର ସ୍ବର୍ଗତ ହରେକୃଷ୍ଣ ମହାପାତ୍ର ହରିଚନ୍ଦନଙ୍କର ଦ୍ବିତୀୟ କନ୍ୟା ଥିଲେ। ତାଙ୍କର ସ୍ବାମୀ ସ୍ବର୍ଗତ ପରେଶ ଚନ୍ଦ୍ର ପଟ୍ଟନାୟକ ଭୁବନେଶ୍ବରରେ ସର୍ବପୁରାତନ ଡାକ୍ତର ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଦିଲ୍ଲୀପ ଓ ସନ୍ଦୀପ, ପୁତ୍ର ବଧୂ ଇତିଶ୍ରୀ ଓ ସୁଚିତ୍ରା, ନାତି ରୋହିତ ଓ ନାତୁଣୀ ଦୀକ୍ଷାଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର